ସମ୍ବଲପୁର:ଗତ କିଛି ଦିନ ହେଲା ସମ୍ବଲପୁର ଜିଲ୍ଲାରେ କରୋନା ସ°କ୍ରମଣ ରେ ନିରନ୍ତର ବୃଦ୍ଧି ପରିପ୍ରେକ୍ଷୀରେ ଏଠାକାର ବୁଦ୍ଧିଜୀବୀ ଦଶଦିନ ପାଇଁ ଘୋଷିତ ସଟଡାଉନକୁ ଉଚିତ କହୁଛନ୍ତି, ହେଲେ କିଛି ଅମାନିଆ ଙ୍କ ଯୋଗୁଁ ସବୁ ବ୍ୟର୍ଥ ହେଉଥିଲା । ଗତକାଲି କରୋନା ସ°କ୍ରମଣରେ ଅହେତୁକ ବୃଦ୍ଧି ଓ ଜିଲ୍ଲା ସ୍ତରରେ ଶତକ ଅତିକ୍ରମ ଖବର ବିଭିନ୍ନ ସାମାଜିକ ଗଣମାଧ୍ୟମଗୁଡିକ ରେ ଭାଇରାଲ ହେଲାପରେ ଆଜି ସ୍ଥିତି ରେ ଯଥେଷ୍ଟ ଉନ୍ନତି ଦେଖା ଦେଉଛି । ଗୋଟିଏ ପ୍ରମୁଖ ଖବରକାଗଜରେ ତ ଏପରି ପ୍ରକାଶିତ ହେଲା ଯେ ସମ୍ବଲପୁର ଜିଲ୍ଲାରେ ବୁଧବାର ଦିନ କରୋନା ସ°କ୍ରମଣ ଶତକ ପାରହୋଇ ୧୦୯ରେ ପହଞ୍ଚିଛି ଓ ଏହା ଗୋଟିଏ ଦିନର ସ°ଖ୍ଯା ଭାବରେ ଓଡ଼ିଶା ର ସବୁ ଜିଲ୍ଲା ରୁ ଅଧିକ ରହିଛି । ଅବଶ୍ୟ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁସାରେ ଏହା ମାତ୍ର ୨୦ରେ ସୀମିତ ରହିଥିଲା । ଉକ୍ତ ଖବରର ଯଦି ପୁଷ୍ଟି ହୋଇନାହିଁ, ତାହେଲେ ତାହାର ଖଣ୍ଡନ ମଧ୍ୟ କରା ଯାଇନଥିଲା । ସେ ଯାହାବି ହେଉ ସାମାଜିକ ଗଣମାଧ୍ୟମଗୁଡିକ ରେ ପ୍ରକାଶିତ ଏହି ଖବରର ପ୍ରଭାବ ଯୋଗୁଁ ଆଜି ରାସ୍ତାଘାଟ ରେ ଅମାନିଆ ଙ୍କ ପ୍ରାଦୁର୍ଭାବ ସେତେ ଦେଖାଦେଇ ନଥିଲା । କହିବା ବାହୁଲ୍ୟ ଯେ ଯେଉଁ କାମ ପୁଲିସ କଟକଣା ସତ୍ତ୍ୱେ ସମ୍ଭବ ହେଲା ନାହିଁ, ତାହା ଗୋଟିଏ ଗୁଜବ କରିଦେଇଛି ।
Sign in
Sign in
Recover your password.
A password will be e-mailed to you.