ବିଜେପି କର୍ମୀଙ୍କୁ ହତ୍ୟା ସନ୍ଦେହ

0 5,199

ବୌଦ୍ଧ : କଣ୍ଟାମାଳ ଥାନା ଖମନମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସିଆଲଝୁଲି ଗ୍ରାମର ଜନୈକ ଯୁବକ ଲୋକନାଥ ପ୍ରଧାନ (୨୫ବର୍ଷ) ଙ୍କ ରକ୍ତ ଜୁଡୁବୁୁଡୁ ମୃତ ଶରୀର ଆମ୍ବଗାଁ ନାଳ ନିକଟରୁ ଉଦ୍ଧାର ହୋଇଛି । ପରିବାର ଲୋକଙ୍କ କହିବା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଲୋକନାଥ ଘରେ ଥିବାବେଳେ କେହି ଜଣେ ତାଙ୍କୁ ଫୋନକରି ଡାକିଥିଲା । ସେ ନିଜ ବାଇକଧରି ସନ୍ଧ୍ୟାପ୍ରାୟ ୭ଘଣ୍ଟା ସମୟରେ ଘରୁ ବାହାରି ଆସିଥିଲେ । ବିଳମ୍ବିତ ରାତି ଯାଏଁ ଘରକୁ ଫେରିନଥିଲେ । ସକାଳୁ ଆମ୍ବଗାଁ ନିକଟ ଲଣ୍ଡାବାହାଲ ଜୁର ନିକଟରେ ତାଙ୍କର କ୍ଷତବିକ୍ଷତ ଶରୀର ପଡିଥିବା ଦେଖିବାକୁ ମିଳିଥିଲା । ଲୋକନାଥଙ୍କ ବାଇକଟିକୁ ହତ୍ୟାକାଣ୍ଡ ପରେ ନେଇ ତାଙ୍କ ଗାଁ ନିକଟରେ ରଖି ଦେଇଥିବା ଦେଖିବାକୁ ମିଳିଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାରବର୍ଗ ଅଭିଯୋଗ କରିଛନ୍ତି । ସୂଚନା ପାଇ କଣ୍ଟାମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଡକା ଯାଇଥିବାରୁ ଶବକୁ ବର୍ତ୍ତମାନ ଯାଏଁ ସେଠାରେ ପୋଲିସ ଜଗିରହିଛି । ଖମନମୁଣ୍ଡା ଅଞ୍ଚଳରେ ହତ୍ୟାକାଣ୍ଡକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ଦୋଷୀଙ୍କୁ ଉପ ଯୁକ୍ତ ଦଣ୍ଡ ଦିଆଯିବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

4 × five =