ଦିନିକିଆ କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ

0 317

ଫୁଲବାଣୀ: ପୋଲିସ ସର୍ଚ୍ଚ ଫାଇରିଙ୍ଗରେ ୨ମାଓବାଦୀ ନିହତ ହୋଇଥିବା ଘଟଣାକୁ ସମୀକ୍ଷା କରିବା ପାଇଁ ଏକ ଦିନିଆ କନ୍ଧମାଳ ଗ୍ରସ୍ଥରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ।ପ୍ରଥମେ ଫୁଲବାଣୀ ସ୍ଥିତ ଏସପି କାର୍ଯ୍ୟାଳୟକୁ ଆସି କନ୍ଧମାଳ ଏସପି ଓ ସମସ୍ତ ଟିମକୁ ବଧାଇ ଜଣାଇଥିଲେ ।ସମସ୍ତ ମାଓବାଦୀଙ୍କୁ ବନ୍ଧୁକ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ ।ପୂର୍ବରୁ ଅନେକ ମାଓବାଦୀ ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ଆତ୍ମସମର୍ପଣ କରିଥିବା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ।ତେବେ ଅନ୍ୟପକ୍ଷରେ ସିପିଆଇ ମାଓ କେଡରର ମେନପୁରୀ ଡିଭିଜନର କେଡର ମାନେ ରହିଥିବା କଥା କହିଛନ୍ତି ଦକ୍ଷିଣାଂଚଳ ଡିଆଇଜି ।ଡିଜିଙ୍କ ସମେତ ଏକ ଦିନିଆ କନ୍ଧମାଳ ଗ୍ରସ୍ଥରେ ରହିଥିଲେ ଦକ୍ଷିଣାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ ଆଇଜି ଅପରେସନ ଅମିତାଭ ଠାକୁର ୩ଜଣ ଡିଆଜିପିଙ୍କ ସମେତ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଥିଲେ ।ପ୍ରକାସ ଥାଉକି ପୁଣି କନ୍ଧମାଳ ଜିଲ୍ଳା ପୋଲିସକୁ ମିଳିଛି ବଡ ସଫଳତା କନ୍ଧମାଳ ଜିଲ୍ଳା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲ ଅଂଚଳର ନାହୁଡିଙ୍ଗା ଜଙ୍ଗଳରେ ମାଓବାଦୀ ଥିବା ସୁଚନା ପାଇ କନ୍ଧମାଳ ଏସଓଜି ଓ ଡିଭିଏଫ ଜବାନ କୁମ୍ବିଂ କରୁଥିବା ସମୟରେ ହଠାତ ସେଠାରେ ଲୁଚିଥିବା ମାଓବାଦୀ ମାନେ ପୋଲିିସ ଉପରକୁ ଅତର୍କିତ ଭାବେ ଗୁଳି ଚାଳନା କରିଥିଲେ ।ପାଳଟା ଜବାବରେ ପୋଲିସ ସର୍ଚ୍ଚ ଫାଇରିଂ କରିଥିଲା ଫଳରେ ୨ ମାଓବାଦୀ ନିହତ ହୋଇଥିଲେ । ସେଥି ମଧ୍ୟରୁ ଜଣେ ମହିଳା ମାଓବାଦୀ ରହିଥିଲେ ।ବିପୁଳ ପରିମାଣର ମାଓ ଅସ୍ତ୍ର ସସ୍ତ୍ର ଜବତ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 4 =