ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ସ୍ୱାବ ନମୂନା ସଂଗ୍ରହ

0 1,337

ବୌଦ୍ଧ, ୨୪/୭ – ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଶରୀରରେ କରୋନା ସଂକ୍ରମଣ ହୋଇଥିବା ରିପୋର୍ଟ ଆସିବା ପରେ ଆଜି ୧୦୦ ଜଣ କର୍ମଚାରୀଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଇଥିବା ଜଣାପଡିଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କିଶୋର ଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଡାକ୍ତର ଅମିତ ମିଶ୍ର ଓ ଲେବରଟରି ଟେକନିସିଆନ୍ କୃଷ୍ଣଚନ୍ଦ୍ର ବାରିକ ଓ ସୌମ୍ୟକାନ୍ତ ସାହୁ ସ୍ୱାବ ନମୂନା ସଂଗ୍ରହ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଫିସର, କିରାଣୀ ଓ ପିଅନ ପ୍ରଭୃତି ସବୁବର୍ଗର ୧୦୦ କର୍ମଚାରୀଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଇଥିବା ପ୍ରେସ୍ ବିବୃତି ଜରିଆରେ ଜିଲ୍ଲା ପ୍ରଶାସନ ଗଣମାଧ୍ୟମକୁ ସୂଚନା ଦେଇଛି ।

hiranchal ad1
Leave A Reply

Your email address will not be published.

8 − six =