କରୁଣାକର ରାଇକାଙ୍କ ବିୟୋଗରେ ଜିଲ୍ଲା ଓଏଏସ୍ ସଂଘର ଶୋକସଭା

0 218

ବଲାଙ୍ଗୀର,୨୫/୭- କରୋନା ସଂକ୍ରମଣ ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କରୁଣାକର ରାଇକାଙ୍କ ଅମର ଆତ୍ମାର ସଦଗତି କାମନା କରି ଜିଲ୍ଲା ଓଏଏସ୍ ସଙ୍ଘ ତରଫରୁ ଓଏଏସ୍ ସଙ୍ଘ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ, ବଲାଙ୍ଗୀରଙ୍କ ସଭାପତିତ୍ୱରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡ ମହେଶ୍ୱର ସାହୁ ଓ ସଂଘ ସଭାପତି ସ୍ମୃତିଚାରଣ ସହ ଏ ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ ଉପରେ ମତ ରଖିଥିଲେ । ଏ ଅବସରରେ କରୋନା ଲଢେଇରେ ଜୀବନ ହାରୁଥିବା ଅଧିକାରୀଙ୍କ ପରିବାରକୁ ଏକ କୋଟି ଆର୍ଥିକ ସହାୟତା ଓ ମୃତକଙ୍କ ସ୍ତ୍ରୀକୁ ସରକାରୀ ଚାକିରୀ ଓ କରୋନା ଲଢେଇରେ ନିୟୋଜିତ ଓଏଏସ୍ ଙ୍କୁ କରୋନା ଯୋଦ୍ଧା ଘୋଷଣା ପ୍ରସ୍ତାବ ରାଜ୍ୟସଙ୍ଘକୁ ଦେବା ନିଷ୍ପତି ନିଆଯାଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

five − 5 =