ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା ଓ ବୈଠକ

0 172

ପାରଳାଖେମୁଣ୍ଡି,୨୫/୭- ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର କେରାଣ୍ଡି ପଞ୍ଚାୟତର ବି ସୀତାପୁର ଗ୍ରାମରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଗ୍ରାମର ୱାଡ଼ସଭ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱାସ୍ଥ୍ୟ କର୍ମୀ ଈ ଜଗଦମ୍ବା,ରଞ୍ଜିତ କୁମାର ଜେନା,ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ୱାଡ଼ ସଭ୍ୟ ଭବାନୀ ଶଙ୍କର ପରିଡ଼ା ଓ ନିଲାବତୀ ଭୁକ୍ତା,ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଗ୍ରାମର ଉନ୍ନତି ସକାଶେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସକାଶେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରାଯାଇଥିଲାପରେ ଗ୍ରାମରେ କରୋନାକୁ ନେଇ ସଚେତନତା କରାଯାଇଥିଲା ହାତଧୋଇବା ଉପରେ ଏକ ଡେମୋ କରାଯାଇସଚେତନ କରାଯାଇ ଥିଲା ।ଗ୍ରାମର ଘର ଘର ବୁଲି ଲୋକଙ୍କୁ ମାସ୍କ ପିନ୍ଧିବା,ସାମାଜିକ ଦୂରତାରକ୍ଷା କରିବା, ବାରମ୍ବାର ହାତ ଧୋଇବା ଜ୍ବର ଥଣ୍ଡା କାଶ ହେଲେ ତୁରନ୍ତ ଜଣାଇବା ସକାଶେ ସଚେତନତା କରାଯାଇଛି ।

hiranchal ad1
Leave A Reply

Your email address will not be published.

11 − 4 =