ସହରରେ କାଞ୍ଜିଆ ହୁଦା ନଥିବାରୁ ବୁଲା ଗାଈଗୋରୁଙ୍କର ଉପଦ୍ରବ

0 95

ପାରଳାଖେମୁଣ୍ଡି,୨୫/୭- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ କାଞ୍ଜିଆ ହୁଦା ନଥିବାରୁ ବୁଲା ଗାଈଗୋରୁ ଷଣ୍ଢର ଉପଦ୍ରବ ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ଯାହା ଫଳରେ ସହରରେ ଟ୍ରାଫିକ ସମସ୍ୟା ସହିତ ଛୋଟ ବଡ଼ ଦୁର୍ଘଟଣା ଘଟିବାର ଦେଖିବାକୁ ମିଳିଛି । ଗାଈ ଗୋରୁ ପାଳନ କରିବା ଲୋକେ ନିଜ ଗୁହାଳରେ ନରଖି ରାସ୍ତାକୁ ଛାଡିଦେବା ଦ୍ୱାରା ସହରରେ ଏଣେ ତେଣେ ବୁଲି ଓ ରାସ୍ତା ମଝିରେ ଓ ରାସ୍ତାରଉଭୟ ପାଶ୍ୱର୍ରେ ରହିବା ଦ୍ୱାରା ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ହେଉଅଛି । ସହରରେ ଗୋ ପାଳନ କରୁଥିବା ଲୋକଙ୍କୁ ପୌର ପରିଷଦ କାର୍ଯ୍ୟାନୁଷ୍ଠାନ ବା ସଚେତନତା କରୁ ନଥିବାରୁ ଏହିଭଳି ସମସ୍ୟା ସହରରେ ଦୀର୍ଘଦିନ ହେଲା ଲାଗି ରହିଛି । ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବା ଜିଲ୍ଲା ପ୍ରଶାସନ ଏହାର ତୁରନ୍ତ ପଦକ୍ଷେପ ନେଇ ସ୍ଥାୟୀ ସମାଧାନ କଲେ ସହରର ଟ୍ରାଫିକ ସମସ୍ୟା ଓ ଛୋଟ ବଡ଼ ଦୁର୍ଘଟଣାରୁ ସହରବାସୀ ବର୍ତ୍ତି ପାରନ୍ତେ ବୋଲି ଆଲୋଚନା ହେଉଛି । ତେଣୁ ଯଥା ଶୀଘ୍ର କାଞ୍ଜିଆ ହୁଦା ନିର୍ମାଣ କରିବାକୁ ଦାବି ହେଉଅଛି ।

hiranchal ad1
Leave A Reply

Your email address will not be published.

2 × 3 =