କରୋନା ଯୋଦ୍ଧାଙ୍କୁ ପୋଲିସର ମାଡ ଅଭିଯୋଗ

0 2,503

ବୌଦ୍ଧ,୨୬/୭ – କଣ୍ଟାମାଳ ବ୍ଲକ୍ ଖଟଖଟିଆ ଗ୍ରାମର ପୀତାମ୍ବର ମାଝୀ ଜଣେ କରୋନାଯୋଦ୍ଧା । କୋଭିଡ୍ ମହାମାରୀ ସମୟରେ ୨୬ ଦିନ ଧରି ପ୍ରବାସୀମାନେ ରହୁଥିବା ଖଟଖଟିଆ ସଙ୍ଗରୋଧ କେନ୍ଦ୍ରରେ ସେ ତତ୍ୱାବଧାରକ ଭାବେ କାମ କରିଥିଲେ । ପ୍ରବାସୀ ମାନଙ୍କୁ ଖାଦ୍ୟ ପରିବେଷଣ ଠାରୁ ଆରମ୍ଭ କରି କେନ୍ଦ୍ରକୁ ଜଗାରଖା କରିବା ପର୍ଯ୍ୟନ୍ତ କାମରେ ତାଙ୍କୁ ପଂଚାୟତ କର୍ତୃପକ୍ଷ ନିୟୋଜିତ କରିଥିଲେ । ସେ କରୋନାକୁ ପ୍ରତିହତ କରିବାପାଇଁ କରୋନା ଯୋଦ୍ଧା ଭାବେ ସଙ୍ଗରୋଧ କେନ୍ଦ୍ରର ଦାୟିତ୍ୱ ନେଇ ନିଜକୁ ଗର୍ବ ଅନୁଭବ କରୁଥିଲେ କିନ୍ତୁ ଗତକାଲି ପୋଲିସର ଠେଙ୍ଗା ପ୍ରହାର ଖାଇବା ପରେ ମାନସିକ ଓ ଶାରିରୀକ ସ୍ତରରେ ଜଖମ ଆସିଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି କଣ୍ଟାମାଳ ତହସିଲଦାର ପୋଲିସଫୋର୍ସ ଧରି କଣ୍ଟାମାଳ ବ୍ଲକ୍ରେ ସଟ୍ ଡାଉନ କୋଉଠି କେମିତି ପାଳନ ହେଉଛି ତଦାରଖ କରୁଥିଲେ । ଏ ସମୟରେ ପୀତାମ୍ବର ମାଝୀ ନିଜ ବିଲରେ ତଳିରୁଆ କାମ କରାଉଥିଲେ । ବିଲରେ ତଳି ରୁଆ ଚାଲିଥିବା ବେଳେ ରାସ୍ତାପାର୍ଶ୍ୱରେ ଗଛ ତଳେ ବସି ବିଶ୍ରାମ ନେଇଥିଲେ । ରାସ୍ତାରେ ପୋଲିସ ସହ ଯାଉଥିବା ତହସିଲଦାର ଅଟକି ପିତାମ୍ବରଙ୍କୁ ଗାଡିପାଖକୁ ଡାକିଥିଲେ । ତହସିଲଦାରଙ୍କୁ ଚିହ୍ନି ପାଖରେ ପହଞ୍ଚି ନମସ୍କାର କରୁକରୁ ତାଙ୍କ ସହ ଯାଇଥିବା ପୋଲିସ୍ କର୍ମଚାରୀ ଗାଡିରୁ ଓହ୍ଲାଇ ଠେଙ୍ଗାରେ ପିଟି ଚାଲିଲେ । ପୋଲିସ ଠେଙ୍ଗା ପ୍ରହାର ଯୋଗୁଁ ପିତାମ୍ବରଙ୍କ ଦୁଇ ପିଚା ଓ ହାତରେ ଗଭୀର ଆଘାତ ଲାଗିଛି । ୨୬ ଦିନ କରୋନା ଯୋଦ୍ଧା ସାଜିଥିବା ପୀତାମ୍ବର ବୁଝି ପାରୁନାହାନ୍ତି ଯେ ବିନା ପଚରାଉଚୁରା ଓ କୌଣସି କାରଣ ନଥାଇ ତାଙ୍କୁ ପୋଲିସ୍ ଅମାନୁଷିକ ଭାବରେ କାହିଁକି ପିଟିଲା । ଜଣେ ଚାଷୀ ଭାବରେ ନିଜ ଜମିରେ ଚାଷ କରିବା କଣ ଅପରାଧ ହୋଇଛି ପ୍ରଭୃତି ଅନେକ ପ୍ରଶ୍ନବାଚୀ ତାଙ୍କ ମନରେ ଉଙ୍କି ମାରୁଛି । ନିଜ ମନରେ ଆସୁଥିବା ପ୍ରଶ୍ନର ଉତ୍ତର ପୀତାମ୍ବର ପାଉଛନ୍ତି ନା ତାହା ପ୍ରଶ୍ନବାଚୀ ହୋଇ ରହିଯିବ ସମୟ କହିବ ।

hiranchal ad1
Leave A Reply

Your email address will not be published.

3 × 1 =