ସାଲୁଙ୍କୀ କେନାଲର କମଳପୁର ସେକସନ ଅଫିସ କାର୍ଯ୍ୟକ୍ଷମ ଦାବୀ

0 442

ବୌଦ୍ଧ,୨୭/୭ -ସାଲୁଙ୍କୀ ମଧ୍ୟମ ଜଳସେଚନ ପ୍ରକଳ୍ପର କମଳପୁର ସେକସନ ଅଫିସ ପ୍ରକଳ୍ପ ଆରମ୍ଭରୁ ଖୋଲା ଯାଇଛି । ଏ ସ୍ଥାନରେ ପୂର୍ବରୁ କମଳପୁର ଓ ପାଲଝାର ଦୁଇଟି ସେକସନ କାର୍ଯ୍ୟ କରୁଥିଲା । ସେଥିପାଇଁ ଉଭୟ କନିଷ୍ଠଯନ୍ତ୍ରୀ ମାନଙ୍କପାଇଁ ଦୁଇଟି କାର୍ଯ୍ୟାଳୟ ଓ ବାସଭବନ, ଖଲାସୀ ମାନଙ୍କପାଇଁ ୪ ଗୋଟି ବାସଭବନ ଓ ଗୋଦାମ ଘର ନିର୍ମୀତ ହୋଇଛି । କାଳକ୍ରମେ କନିଷ୍ଠଯନ୍ତ୍ରୀମାନେ କମଳପୁର ନ ଆସି ବୌଦ୍ଧ ସହରରେ ରହି କାମ କରିବା ପରେ ଦିନକୁଦିନ କମଳପୁର ଠାରେ ଥିବା ସମସ୍ତ ଭିତ୍ତିଭୂମି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଲା । ଲୋକେ କେନାଲ ପାଣି ଜନିତ କୌଣସି କାମ ପାଇଁ ହଇରାଣ ହୋଇ ବୌଦ୍ଧ ଯିବାକୁ ବାଧ୍ୟ ହେଉଛନ୍ତି । କମଳପୁର ଜଳସେଚନ ସେକସନ ଅଧିନରେ ୨୫ କିଲୋମିଟର ମୁଖ୍ୟ କେନାଲ ରହିଛି ଓ ପ୍ରାୟ ୧୦ ଖଣ୍ଡ ଗ୍ରାମ ପଂଚାୟତର ୧୦ ହଜାରହେକ୍ଟର ଚାଷଜମି ରହୁଛି । ଚାଷୀ ମାନଙ୍କୁ ସଦାସର୍ବଦା ଅବହେଳା କରିଆସୁଥିବା ଜଳସେଚନ ବିଭାଗ କମଳପୁର ସେକସନ କାର୍ଯ୍ୟାଳୟକୁ ବୌଦ୍ଧ ସହରକୁ ଉଠାଇ ନେବାକୁ ଚକ୍ରାନ୍ତ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । କମଳପୁର ସେକସନ ଅଫିସକୁ କୁଆଡେ ରେଳବିଭାଗକୁ କାର୍ଯ୍ୟାଳୟ ଖୋଲିବା ପାଇଁ ଦିଆଯାଇଥିବା ଯୋଗୁଁ ଚାଷୀମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ସମସ୍ତ ଘରଦ୍ୱାର ରେଳ ବିଭାଗକୁ ଦେଇ ସେକସନ ଅଫିସ ବୌଦ୍ଧକୁ ଉଠାଇ ନେଲେ କମଳପୁର ସେକସନ ଅଧିନରେ ଥିବା ଦୁଇ ଶହ ଗ୍ରାମର ଚାଷୀ କୌଣସି ଅଭିଯୋଗ ପାଇଁ ବୌଦ୍ଧ ଧାଇଁବାକୁ ପଡିବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଜଳ ସେଚନ ବିଭାଗର ଉପରିସ୍ଥ ଅଧିକାରୀମାନେ ଚାଷୀ ମାରଣ ନୀତି ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଉଗ୍ରରୁପ ଧାରଣ କରିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × 5 =