ରାଜ୍ୟସ୍ତରୀୟ ଲଳିତ କଳା ଏକାଡେମୀ ପୁରସ୍କାର ଜିତିଲେ ସଂପର୍କ

0 91

ବଲାଙ୍ଗିର : ଲଳିତ କଳା ଏକାଡେମୀ, ଓଡିଶା ସରକାରଙ୍କ ତରଫରୁ ଲକ୍ଡାଉନ ଅବଧି ମଧ୍ୟରେ ଆୟୋଜିତ ହୋଇଥିବା କୋଭିଡ୍-୧୯ ସଂପର୍କିତ ଚିତ୍ରକଳା ପ୍ରତିଯୋଗିତାରେ ବଲାଙ୍ଗିର ତୁଳସୀନଗରର ସଂପର୍କ ପ୍ରଧାନଙ୍କ ଚିତ୍ର ମନୋନୀତ ହେବା ସହ ଆର୍ଥିକ ପୁରସ୍କାର ରାଶି ଲାଭ କରିଛନ୍ତି । ସଂପର୍କ ସ୍ଥାନୀୟ ଲିଟିଲ ଫ୍ଲାୱାର ସ୍କୁଲରୁ ଶିକ୍ଷାରମ୍ଭ କରି ୨୦୧୬-୧୭ ଶିକ୍ଷା ବର୍ଷରେ ୯୫% ମାର୍କ ରଖି ଦଶମ ଶ୍ରେଣୀ ପାସ କରିଥିଲେ । ଏହା ପରେ ଭୁବନେଶ୍ୱର ସ୍ଥିତ ମଦର୍ସ ପବ୍ଲିକ ସ୍କୁଲରୁ ସଫଳତାର ସହ ଦ୍ୱାଦଶ ଶ୍ରେଣୀ ଶିକ୍ଷା ସମାପ୍ତ କରି ସଂପ୍ରତି ସିଡିଏ କଟକ ସ୍ଥିତ ପିଲୁମୋଦି କଲେଜ ଅଫ୍ ଆର୍କିଟେକ୍ଚରର ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି । ସଂପର୍କ ଜଣେ ମେଧାବୀ ଛାତ୍ର ସହ ବହୁମୁଖୀ ପ୍ରତିଭାର ଅଧିକାରୀ । ପିଲାଟି ଦିନରୁ ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ସଂପର୍କଙ୍କ ଚିତ୍ରକଳା ସଂପର୍କିତ ଗୁଣାବଳୀ ବିକଶିତ ହୋଇଥିଲା । ୨୦୦୯ ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍କେଚ୍ ଅଙ୍କନ କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉଚ୍ଚ ପ୍ରଶଂସିତ ହୋଇଥିଲେ । ବର୍ତ୍ତମାନ ସମୟରେ ଭାରତର ବିଶିଷ୍ଟ ସେଲିବ୍ରିଟିମାନଙ୍କ ଅବିକଳ ସ୍କେଚ ଅଙ୍କନ କରି ଟ୍ୱିଟରରୁ ସେମାନଙ୍କ ଠାରୁ ପ୍ରଶଂସା ସାଉଁଟୁଛନ୍ତି । ବିଗତ ହକି ବିଶ୍ୱକପ ସମୟରେ “କ୍ରିଏଟିଭ୍ ହକି ଡିଜାଇନ କଣ୍ଟେଷ୍ଟ”ରେ ପ୍ରଥମ ପୁରସ୍କାର ହାସଲ କରିଥିଲେ ସଂପର୍କ ।

hiranchal ad1
Leave A Reply

Your email address will not be published.

18 − three =