ବୌଦ୍ଧ, ୨୭/୭ – ଆଜି ବରଗଡ ଥାନା ଅନ୍ତର୍ଗତ ଏକାମ୍ର ଛକ ନିକଟରେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଗ୍ରାମର ଜଣେ ଯୁବକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଜିଲ୍ଲା ବାଉଁଶୁଣୀ ଗ୍ରାମର ଗଣପତି ମେହେର (୨୬ ବର୍ଷ) ବନ୍ଦନା ଫାଇନାନସ ନାମକ ଗୋଟିଏ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ବରଗଡ ଠାରେ କାମ କରୁଥିଲେ । ସଂସ୍ଥା କାମରେ ଯାଇଥିବା ବେଳେ ବରଗଡ ଥାନା ଏକାମ୍ର ଛକ ନିକଟରେ ତାଙ୍କ ବାଇକରେ ଆସୁଥିବା ସମୟରେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବରପାଇ ବାଉଁଶୁଣୀରୁୁ ପରିବାରବର୍ଗ ସନ୍ଧ୍ୟାରେ ବରଗଡରେ ପହଂଚିଥିବା ଜଣାପଡିଛି । ଗତବର୍ଷ ଗଣପତି ବିବାହ କରିଥିଲେ ଓ ତାଙ୍କର ଗୋଟିଏ ଦୁଇମାସର ଝିଅ ରହିଛି । ତାଙ୍କର ଅକାଳ ମୃତ୍ୟୁରେ ବାଉଁଶୁଣୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।