ଶ୍ରାନିକେତାରୁ  ୨ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ପରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ 

0 339



ଦାରିଙ୍ଗବାଡି,୨୮/୭: ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତର ସ୍ଥାନୀୟ ଅଞ୍ଚଳରୁ ସୋମବାର ଦିନ ୨ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ  ପ୍ରଶାସନ ର ଚିନ୍ତା ବଢିଯାଇଛି l ଚିହ୍ନଟ ୨ଜଣଙ୍କ ମଧ୍ୟରେ ଜଣେ ୩୧ବର୍ଷୀୟ ପୁରୁଷ ଥିବା ବେଳେ ଜଣେ ୨ବର୍ଷର ଝିଅ ରହିଛି l ଏହା ଜଣା ପଡ଼ିବ ପରେ ଗତ କାଲି ରାତିରେ କନ୍ଧମାଳ ଜିଲ୍ଲାପାଳ  ଡଃ.ବୃନ୍ଦା ଡି ଶ୍ରାନିକେତା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ  ଘୋଷଣା ହେବା କରି ୫୯ନମ୍ବର ଜାତୀୟ ରାଜପଥ ଦେଇ ଶ୍ରାନିକେତା ଗ୍ରାମକୁ ପ୍ରବେଶ ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ଵ ଠାକୁରାଣୀ ମନ୍ଦିର ନିକଟ ଓ ଡାଲିବାନ୍ଦା ଛକରେ ପ୍ରଶାସନ ତରଫରୁ ବ୍ୟାରିକେଟ କରାଯାଇ ପୁଲିସ ଫୋର୍ସ ମୁତୟନ କରାଯାଇଛି l ତେବେ ଜାତୀୟ ରାଜପଥ ଉପରେ ଗାଁ ଟି ଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀ କାଳୀନ ପରିସ୍ଥିତି ରେ ଆମ୍ବୁଲାନ୍ସ ଇତ୍ୟାଦି ଯିବା ଆସିବା ପାଇଁ ଯାତାୟାତ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ତହସିଲଦାର ନୀତିଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି l ଅନ୍ୟପକ୍ଷରେ ଦଣ୍ଡିମାହା,ଟକରମାଲା,ପାଙ୍ଗା ରାହା ଓ ଇର୍ପି ସରୁ ଗ୍ରାମକୁ ବଫର ଜୋନ ଭାବେ ଘୋଷଣା କରାଯାଇ ଶ୍ରାନିକେତା ହାଇସ୍କୁଲ ନିକଟରୁ ଟକରମାଲା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ସମ୍ପୁର୍ଣ ଭାବେ ବନ୍ଦ କରିଦିଆଯାଇଥିବା ବେଳେ ଇର୍ପି ସରୁ ରାସ୍ତାକୁ ମଧ୍ୟ ବ୍ୟାରିକେଟ କରି ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି l କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ଅଞ୍ଚଳ ଗୁଡ଼ିକରୁ କାହାରିକୁ  ବାହାରକୁ ନଯିବା ଏବଂ ବାହାରୁ କୌଣସି ଲୋକ କଣ୍ଟେନମେଣ୍ଟ ଜୋନ ମଧ୍ୟକୁ ପ୍ରବେଶକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି l  ସେହିପରି ବଫର ଜୋନ ଘୋଷିତ ହୋଇଥିବା ଅଞ୍ଚଳରୁ ଲୋକଙ୍କୁ ମଧ୍ୟ କେବଳ ଜରୁରୀ ପରିସ୍ଥିତି ରେ ହିଁ ବାହାରକୁ ଯିବା ଆସିବା ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି l   କଣ୍ଟେନମେଣ୍ଟ ଓ ବଫର ଜୋନ  ଅଂଚଳରେ ଥିବା ସମସ୍ତ ପ୍ରକାର ଦୋକାନ ଖୋଲା ରହିବ ନାହିଁ କିମ୍ବା କୌଣସି ସ୍ଥାନରେ ଲୋକେ  ଏକତ୍ରିତ ହୋଇ ପାରିବେ ନାହିଁ  lଦାରିଙ୍ଗବାଡ଼ି ତହସିଲଦାର ନୀତିଶ କୁମାର ତ୍ରିପାଠୀଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇଥିବା ବେଳେ ଦାରିଙ୍ଗବାଡି ଥାନାଅଧିକାରୀ କୌଶକି ମାଝୀ  କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷିତ ଅଞ୍ଚଳରେ ପାଟ୍ରୋଲିଂ କୁ କଡ଼ାକଡ଼ି କରିବା ସହ ବ୍ୟାରିକେଟ ସ୍ଥାନରେ ପୁଲିସ ଫୋର୍ସ  ମୁତୟନ କରିଛନ୍ତି  l ସୂଚନା ପ୍ରକାରେ ଗତକାଲି ଦାରିଙ୍ଗବାଡ଼ି ଅଞ୍ଚଳରୁ ୧୦ଜଣ ପଜିଟିଭ ଚିହ୍ନଟ ହେବା ପରେ ବ୍ଲକ କାର୍ଯ୍ୟାଳୟ ସମେତ ବ୍ଲକ କଲୋନୀ, ନିଳକନ୍ଦର ସାହି ଇତ୍ୟାଦି ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ଵାରା ସାନିଟାଇଜ କରାଯାଇଛି l

hiranchal ad1
Leave A Reply

Your email address will not be published.

ten + 10 =