ସମ୍ବଲପୁର ନଗରରେ ୨୧ଜଣ ପଜିଟିଭ ଚିହ୍ନଟ

0 99

ସମ୍ବଲପୁର : ଆଜି ସମ୍ବଲପୁର ନଗର ଅଞ୍ଚଳରେ ୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ସ୍ପଷ୍ଟ ଇଙ୍ଗିତ କରୁଛି ଯେ ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍କଟାପନ୍ନ ହେବାକୁ ଯାଉଛି । ଅନ୍ୟ ପଟେ ଆଶ୍ୱସ୍ତିର ବିଷୟ ହେଲା ଯେ ସମ୍ବଲପୁର ନଗର ବ୍ୟତୀତ ଜିଲ୍ଲାରେ ଆଉ କେଉଁଠାରେ ମଧ୍ୟ ଜଣେ ହେଲେ କରୋନା ପଜିଟିଭ ରୂପେ ଚିହ୍ନଟ ହୋଇ ନାହାନ୍ତି । ଆଜିକାର ସ୍ଥିତି ଅନୁସାରେ ଏପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ କୋରନା ପଜିଟିଭ ରୂପେ ମୋଟ ୩୦୨ଜଣ ଚିହ୍ନଟ ହୋଇଛନ୍ତି । ଏହିକ୍ରମରେ ଆଜି ସମ୍ବଲପୁର ଜିଲ୍ଲାରେ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ତିନି ଶତକ ପାରହେଲା । ଏମାନଙ୍କ ମଧ୍ୟରୁ ୧୬୩ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୧୩୯ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଆଜିଠାରୁ ଅଧିକରୁ ଅଧିକ ସ୍ୱାବ ସପ୍ସଗ୍ରହ ପାଇଁ ଦୁଇଟି ଭ୍ୟାନସେବା ଆରମ୍ଭ କରାଯାଇ, ଯାହାକି ଅପହଞ୍ଚ ଅଞ୍ଚଳରେ ପହଞ୍ଚି ସ୍ୱାବ ସଂଗ୍ରହ କରି ପାରିବ ।

hiranchal ad1
Leave A Reply

Your email address will not be published.

fourteen + eight =