ଭୁବନେଶ୍ୱର ୨୯ ।୦୭: ପ୍ରକାଶ ପାଇଲା ଚଳିତବର୍ଷର ବର୍ଷର ମାଟ୍ରିକ୍ ରେଜଲ୍ଟ । ଭିଡିଓ ରିଲିଜ ମାଧ୍ୟମରେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତବର୍ଷର ପାସ୍ହାର ୭୮.୭୬ ପ୍ରତିଶତ ରହିଛି । ମୋଟ୍ ୪ ଲକ୍ଷ ୨୧ ହଜାର ୨୫୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷର ରେଜଲ୍ଟ ଭଲ ରହିଛି । ଛାତ୍ରୀଙ୍କ ପାସ୍ ହାର ୮୧.୯୮ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୭୭.୦୮ ପ୍ରତିଶତ ରହିଛି । ଗ୍ରେଡ୍ -ଏ୧ରେ ୧୨୭୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଗ୍ରେଡ୍-ଏ୨ରେ ୮୪୫୮, ଗ୍ରେଡ୍-ବି୧ରେ ୧୮୧୮୮, ଗ୍ରେଡ୍-ବି୨ରେ ୩୨୩୨୮, ଗ୍ରେଡ୍-ସି୧ରେ ୪୯୧୫୩ , ଗ୍ରେଡ୍-ଡି ୮୯୫୫୬ରେ, ଗ୍ରେଡ୍-ଇରେ ୨,୨୩,୧୯୫ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୬୭୮ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୩୧ଟି ସ୍କୁଲରେ କେହି ଛାତ୍ରଛାତ୍ରୀ ପାସ୍ କରିନାହାନ୍ତି । ବରଗଡ ଜିଲ୍ଲାରେ ସର୍ବାଧିକ ପାସ୍ ହାର ଥିବା ବେଳେ କୋରାପୁଟ ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ରହିଛି ।