ଆଗକୁ ଆଇଏଏସ୍‌ ହେବାର ଲକ୍ଷ୍ୟ ରଖିଛନ୍ତି ଜିଲ୍ଲା ମାଟ୍ରିକ୍‌ ଟପ୍ପର ଅର୍ପିତା

0 412

ଦେବଗଡ଼ : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଭିଡ଼ିଓ ରିଲିଜ୍‌ ମାଧ୍ୟମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷାଫଳ ପ୍ରକାଶ କରିଛନ୍ତି । ଦେବଗଡ଼ ଜିଲାର ରିଆମାଳ ବ୍ଲକର ବୁଢ଼ାପାଳ ହାଇସ୍କୁଲର ଛାତ୍ରୀ ଯଥା ମା ସୁକାନ୍ତି ପ୍ରଧାନ ବାପା ନଳିନୀ ପ୍ରଧାନଙ୍କ ଝିଅ ଅର୍ପିତା ପ୍ରିୟଦର୍ଶିନୀ ପ୍ରଧାନ ୫୫୩, ଶତକଡ଼ା ୯୨.୨ ପ୍ରତିଶତ ନମ୍ବର ରଖି ଜିଲାରେ ଟପ୍‌ର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଜିଲାରେ ୩୧ଟି ପରୀକ୍ଷା କେନ୍ଦ୍ରରେ ୮୫ଟି ଆଇସ୍କୁଲ ର ୪୩୯୩ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ । ସେଥିରୁ ୩୫୨୪ ଜଣ ପାସକରିଥିବାବେଳେ ଜିଲାରେ ମୋଟ ପାସହାର ୮୦.୨୨ ପ୍ରତିଶତ ରହିଛି । ସେହିପରି ଜିଲାରେ ଗ୍ରେଡ଼ ଏ୧ ରେ ୨, ଏ୨ ରେ ୩୭,ବି୧ ରେ ୯୫, ବି୨ ରେ ୨୨୮, ସି ରେ ୪୧୩,ଡ଼ି ରେ ୭୭୫, ଇ ରେ ୧୯୭୪, ଏଫ୍‌ ରେ ୮୬୮ ଜଣ ପାସ କରିଥିବାବେଳେ ମୋଟ ୧୭୩୨ ଜଣ ଛାତ୍ରୀ ଓ ୧୮୦୨ ଜଣ ଛାତ୍ର ପାସ କରିଛନ୍ତି । ଅର୍ପିତାଙ୍କୁ ଯୋଗାଯୋଗ କରିବାରୁ ସେ କହନ୍ତି ମଁ ଆଗକୁ ଜଣେ ଆଇ.ଏ.ଏସ୍‌. ଅଫିସର ହେବି ।

hiranchal ad1
Leave A Reply

Your email address will not be published.

eighteen − six =