ଚାଷୀଙ୍କ ପାଇଁ ସଟଡାଉନ କଟକଣା କୋହଳ କଲେ ଜିଲ୍ଲାପାଳ

0 1,738

hiring

ବୌଦ୍ଧ -କରୋନାର ଭୟାବହତାକୁ ଦୃଷ୍ଟିରେ ରଖି 29 ତାରିଖ ଠାରୁ 31 ତାରିଖ ଯାଏଁ ଜିଲ୍ଲାପାଳ ବୌଦ୍ଧ ଜିଲ୍ଲାକୁ ସମ୍ପୁର୍ଣ୍ଣ ସଟ ଡାଉନ୍ ଘୋଷଣା କରିଥିଲେ | ବର୍ତ୍ତମାନ ଖରିଫ ଧାନ ଚାଷ ଜିଲ୍ଲାରେ ଚାଲିଥିବା ହେତୁ ଓ ଆସନ୍ତା 31 ତାରିଖ ଯାଏଁ ପ୍ରଧାନ ମନ୍ତ୍ରୀ ଫସଲ ବୀମାର ଅବଧି ଥିବାରୁ କୃଷି ଓ କୃଷକ ମାନଙ୍କ ପାଇଁ ସଟ ଡାଉନ୍ କଟକଣାରେ ଟିକିଏ କୋହଳ କରିଛନ୍ତି | ସାର ଦୋକାନ ଓ କେବଳ ଫସଲ ବୀମା ପାଇଁ କମ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଗୁଡିକ କାମ କରିପାରିବେ | ଚାଷ କାର୍ଯ୍ୟ ପାଇଁ ଚାଷୀ ମାନେ ଯିବା ଆସିବା କରି ପାରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l

hiranchal ad1
Leave A Reply

Your email address will not be published.

five + 16 =