ଲୋକନାଥ ହତ୍ୟାକାଣ୍ଡ ମାମଲା : ମୋ ପରିବାର ସମ୍ପୃକ୍ତ ପ୍ରମାଣିତ ହେଲେ ବିଧାୟକ ପଦରୁ ଇସ୍ତଫା ଦେବି- ମହୀଧର

0 4,473

ବୌଦ୍ଧ – କଣ୍ଟାମାଳ ଥାନା ଶିଆଳ ଝୁଲି ଗ୍ରାମର ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ମୋ ପୁଅ କିମ୍ବା ପରିବାରର କେହି ସମ୍ପୃକ୍ତ ଥିବାର ଯଦି ପ୍ରମାଣିତ ହୁଏ ତେବେ ବିଧାୟକ ପଦରୁ ଇସ୍ତଫା ଦେବି ବୋଲି କଣ୍ଟାମାଳ ବିଧାୟକ ମହୀଧର ରଣା ପ୍ରକାଶ କରିଛନ୍ତି | ବିଜେପି କର୍ମୀ ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ବିଧାୟକଙ୍କ ପୁଅ ସମ୍ପୃକ୍ତ ଥିବାର ବିଜେପି ପକ୍ଷରୁ ଗଣମାଧ୍ୟମରେ ଅଭିଯୋଗ କରାଯିବା ପରେ ଆଜି ସନ୍ଧ୍ୟାରେ ବୌଦ୍ଧ ସର୍କିଟ ହାଉସ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ରଣା ଏଭଳି କହିଛନ୍ତି l ବିଜେପି ଦଳ ରାଜ୍ୟ କର୍ମକର୍ତ୍ତା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ଆସି ମାମଲାକୁ ରାଜନୀତି କରଣ କରି ମୋତେ ଓ ମୋ ପରିବାରକୁ ବଦନାମ କରିବାର ଅପଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ରଣା କହିଥିଲେ l ତାଙ୍କର ପ୍ରତିଷ୍ଠା ଓ ମାନ ସମ୍ମାନ ରେ ଆଞ୍ଚ ଆଣିବା ପାଇଁ ଯେଉଁ ମାନେ ପ୍ରୟାସ କରିଛନ୍ତି ତାଙ୍କ ନାମରେ ଅଦାଲତରେ ମାନହାନି ମକଦ୍ଦମା କରିବାକୁ ସେ ଚିନ୍ତା କରୁଥିବା କହିଥିଲେ l ସେ ଲୋକନାଥ ହତ୍ୟାକାଣ୍ଡ ର ନିରପେକ୍ଷ ତଦନ୍ତ ହୋଇ ସମସ୍ତ ଦୋଷୀ ଧରାପଡି ଦଣ୍ଡ ପାଆନ୍ତୁ ତାଂକର ପରିବାରକୁ ନ୍ୟାୟ ମିଳୁ ବୋଲି ବିଧାୟକ ଶ୍ରୀ ରଣା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ |

hiranchal ad1
Leave A Reply

Your email address will not be published.

19 + 8 =