ଲଡୁକେଶ ମହେଶଙ୍କ ପୀଠରେ ୫୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ

ଦଶପଲ୍ଲା :ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌, ଶରଣକୁଳର ଲଡୁକେଶ ମହେଶ (ଲଡୁବାବା)ଶୈବପୀଠରେ ମହାଶିବରାତ୍ରୀ ଓ ଜାଗରଯାତ୍ରା ଅନୁଷ୍ଠିତ ହୋଯାଇଛି । ଏଠାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଭକ୍ତମାନେ ପ୍ରଶାସନ ଦ୍ୱାରା ନିର୍ମିତ
Read More...

ଜଳିଗଲା ମୋବାଇଲ ଦୋକାନ,୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋବାଇଲ ଦୋକାନ । ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ଦାରିଙ୍ଗବାଡି ଥାନା ତିନିଛକ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ
Read More...

ଲିଙ୍ଗରାଜଙ୍କ ମହାଦୀପ ଉଠିଲା

ଭୁବନେଶ୍ୱର: ଭୁବନେଶ୍ୱରର ମହାପ୍ରଭୁ ଶ୍ରୀଲିଙ୍ଗରାଜ ସମେତ ରାଜ୍ୟର ବିଭିନ୍ନ ଶୈବ ପୀଠଗୁଡ଼ିକରେ ଆଜି ଶାନ୍ତିଶୃଙ୍ଖଳାର ସହ ଏବଂ କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରି ତଥା ଜାଗର ପାଳିତ ହୋଇଯାଇଛି । ମହାଶିବରାତ୍ରି ପାଇଁ ଶୈବପୀଠଗୁକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
Read More...

ସଡକ ଦୁର୍ଘଟଣାରେ ନବବିବାହିତାଙ୍କ ମୃତ୍ୟୁ

ଭଦ୍ରକ: ଆଜି ମହାଶିବରାତ୍ରୀ ଉପଲକ୍ଷେ ମହାବିନାୟକ ଦର୍ଶନ ପାଇଁ ବାଇକରେ ଯାଉଥିବା ନବବିବାହିତ ଦମ୍ପତି ସଡକ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି । ବୟାବନାପୁର ପଞ୍ଚାୟତ ଅନ୍ତର୍ଗତ ସରପଦା ଗ୍ରାମର ନିରୋଦ ପଣ୍ଡା ବାଇକ ଯୋଗେ ମହାବିନାୟକ ଦର୍ଶନ ପାଇଁ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥର
Read More...

ବିଜେଡି ପାଳିବ ‘ବିଜୟ ଉତ୍ସବ’

ଭୁବନେଶ୍ୱର: ପଂଚାୟତ ନିର୍ବାଚନରେ ଏକତରଫା ବିଜୟକୁ ନେଇ ଉତ୍ସାହିତ ବିଜେଡି ଆସନ୍ତା ୫ ଓ ୮ତାରିଖରେ ନିର୍ବାଚନମଣ୍ଡଳୀସ୍ତରରେ ବିଶାଳ ସମାବେଶର ଆୟୋଜନ କରିବ । ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଓ ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସକୁ ନିର୍ବାଚନମଣ୍ଡଳୀସ୍ତରରେ ସାଧାରଣ
Read More...

ପଞ୍ଚାୟତ ନିର୍ବାଚନରେ ସିଟ୍‌ ସଂଖ୍ୟା କମିଛି କିନ୍ତୁ ଦଳ ପ୍ରତି ଜନସମର୍ଥନ କମିନାହିଁ : ସମୀର ମହାନ୍ତି

ଭୁବନେଶ୍ୱର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଘୋଷଣା ହୋଇଥିବା ଫଳାଫଳକୁ ଆମେ ନମ୍ରତାର ସହ ସ୍ୱୀକାର କରୁଛୁ ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।ପଂଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରିପ୍ରେକ୍ଷୀରେ
Read More...

ମିଜୋରାମରେ ୨୪ ହଜାରରୁ ଅଧିକ ଶରଣାର୍ଥୀ

ନୂଆଦିଲ୍ଲୀ, ୧/୩: ମିଜୋରାମରେ ଶରଣାର୍ଥୀ ସମସ୍ୟା ଅଧିକ ଗୁରୁତର ହେଉଛି । ରାଜ୍ୟରେ ସେମାନଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ତାହା ଏକ ଚିନ୍ତାର କାରଣ ହୋଇଛି । ମଙ୍ଗଳବାର ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା କହିଛନ୍ତି, ରାଜ୍ୟରେ ୨୪ ହଜାରରୁ ଅଧିକ ମିଆଁମାର ନାଗରିକ ଶରଣ ନେଇଛନ୍ତି ।
Read More...

ବିରାଟଙ୍କ ୧୦୦ତମ ଟେଷ୍ଟରେ ଦର୍ଶକଙ୍କୁ ମିଳିଲା ଅନୁମତି

ମୋହାଲି : ଶୁକ୍ରବାରଠାରୁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ତାଙ୍କ କ୍ୟାରିୟରର ୧୦୦ ତମ ଟେଷ୍ଟ ଖେଳିବେ । ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍‌ ମୋହାଲିର କେପିସିଏ ଷ୍ଟାଡିୟମରେ ଖେଳାଯିବ । କୋହଲିଙ୍କ ଏହି ଐତିହାସିକ ମ୍ୟାଚକୁ ପଡିଆରେ ଦର୍ଶକମାନେ ମଧ୍ୟ
Read More...

ନିରାପତ୍ତା ପରିଷଦ ସ୍ଥାୟୀ ସଦସ୍ୟ ପଦରୁ ବିତାଡ଼ିତ ହେବ ଋଷ୍‌!

କିବ୍‌ : ଖୁବଶୀଘ୍ର ରୁଷିଆ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ପଦରୁ ବିତାଡ଼ିତ ହୋଇପାରେ । ଏ ଦିଗରେ ଜୋରଦାର ପୟାସ ଆରମ୍ଭ ହୋଇଯାଇଛି । ଋଷିଆକୁ ହଟାଇବାକୁ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି । ଏହାଛଡ଼ା ଆହୁରି କେତେକ ବିକଳ୍ପ ଉପରେ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି
Read More...

ଫେରିଲେ ଆଉ ୧୧୬ ଭାରତୀୟ

ନୂଆଦିଲ୍ଲୀ : ୟୁକ୍ରେନରୁ ଆଜି ଫେରିଛନ୍ତି ଆଉ ୧୧୬ ଭାରତୀୟ । ଅପରେସନ୍‌ ଗଙ୍ଗାରେ ଅଷ୍ଟମ ପର୍ଯ୍ୟାୟରେ ଫେରିଛନ୍ତି ଆଉ ୧୧୬ ଛାତ୍ରଛାତ୍ରୀ । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଭାରତୀୟଙ୍କୁ ନେଇ ଦିଲ୍ଲୀ ବିମାନ ବନ୍ଦରରେ ପହଂଚିଛି । ବିମାନ ବନ୍ଦରରେ ଅବତରଣ ପରେ କେନ୍ଦ୍ର ସ୍ୱାସ୍ଥ୍ୟ
Read More...