ପ୍ରି-କ୍ୱାର୍ଟରରେ ଭାରତୀୟ ବକ୍ସର ହସମୁଦ୍ଦିନ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ପ୍ରଥମ ମୁକାବିଲାରେ ନିଜର ଦମ ଦେଖାଇଛନ୍ତି ଭାରତୀୟ ବକ୍ସର ମହମ୍ମଦ ହସମୁଦ୍ଦିନ । ସେ ୫୭ କେଜି ବର୍ଗର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଆଜିର ରାଉଣ୍ଡ ୩୨ ମୁକାବିଲାରେ ମହମ୍ମଦ ହସମୁଦ୍ଦିନ ଦକ୍ଷିଣ ଆଫ୍ରିକାର ଆମଜୋଲେଲେ ଡିଙ୍କୁ ୫-୦ରେ
Read More...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ପଦକ ଦେଲେ ସଙ୍କେତ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ପ୍ରଥମ ପଦକ । ଦେଶ ପାଇଁ ୫୫ କେଜି ଭାରୋତ୍ତୋଳନ ବର୍ଗରେ ରୌପ୍ୟ ଜିତିଛନ୍ତି ସଙ୍କେତ ମହାଦେବ ସାଗର । ସେ ମୋଟ ୨୪୮ କେଜି ଓଜନ ଉଠାଇ ବର୍ମିଂହାମରେ ଭାରତର ଟେକ ରଖିଛନ୍ତି । ସେ ସ୍ନାଚରେ ୧୧୩ କେଜି ଓଜନ ଉଠାଇଥିବା ବେଳେ କ୍ଲିନ ଆଣ୍ଡ
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟିଟି :
ଗୁଏନାକୁ ହରାଇଲା ଭାରତୀୟ ମହିଳା ଟିମ୍‌

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍‌ର ବିଜୟ ଧାରା ଜାରି ରହିଛି । ଅଭିଜ୍ଞ ମନିକା ବାତ୍ରାଙ୍କ ଟିଟି ଟିମ୍‌ ଗ୍ରୁପ୍‌ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌କୁ ମଧ୍ୟ ଏକତରଫା ଭାବେ ଜିତି ନେଇଛି । ତୃତୀୟ ମୁକାବିଲାରେ ଭାରତ ପ୍ରତିପକ୍ଷ ଗୁଏନାକୁ ୩-୦ରେ ପରାସ୍ତ
Read More...

ତୁମାଣ୍ଡି ହାଇସ୍କୁଲଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା

ଦଶପଲ୍ଲା: ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତୁମାଣ୍ଡି ପଞ୍ଚାୟତର ପଞ୍ଚାୟତ ହାଇସ୍କୁଲ, ତୁମାଣ୍ଡିର ହାଇସ୍କୁଲ ଓ ପଡିଆ ଚତୁପାର୍ଶ୍ୱରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଛି । ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ
Read More...

ଶିଶୁ ହୃଦ୍‌ ରୋଗୀଙ୍କ ମାଗଣା ଚିକିତ୍ସା ଶିବିର

ନବରଙ୍ଗପୁର: ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାୟପୁର ଏନଏଚଏମଏଏମଆଇ ନାରାୟଣ ସୁପରସ୍ପେସିଆଲିଷ୍ଟ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ହୃଦ୍‌ ରୋଗୀଙ୍କ ମାଗଣା ଚିକିତ୍ସା ଶିବିର ନବରଙ୍ଗପୁର ଜିଲ୍ଲା ସଦର ମହକୁମା ହସ୍ପିଟାଲ ଠାରେ ଅନୁଷ୍ଠିତ ହୋଇଯାଇଅଛି ।
Read More...

ଦୁଇଦିନିଆ ସୌନ୍ଦର୍ଯ୍ୟ କର୍ମଶାଳା ଆୟୋଜିତ

ସମ୍ବଲପୁର: ଏଠାରେ ପ୍ରଥମ ଥର ପାଇଁ ସୌନ୍ଦର୍ଯ୍ୟ ଅର୍ଥାତ୍‌ ମେକ ଅପ ଆର୍ଟିଷ୍ଟ କର୍ମଶାଳା ଆୟୋଜିତ ହୋଇଯାଇଛି । ମହିଳାମାନେ ନିଜେ କିପରି ନିଜ ଗୋଡ଼ରେ ଠିଆହୋଇ ଆତ୍ମନିର୍ଭରଶୀଳ ହୋଇ ପାରିବେ, ଏହାକୁ ଦୃଷ୍ଟିରେ ରଖି ଏହି ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ସ୍ଥାନୀୟ ଏକ
Read More...

ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଟିଏଲ୍‌ଏମ୍‌ କିଟ୍‌ ବଣ୍ଟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାନୀୟ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟରେ ଗତକାଲି ଠାରୁ ଟି.ଏଲ୍‌.ଏମ୍‌. କିଟ୍‌ ବଣ୍ଟନ ଆରମ୍ଭ ହୋଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ପାଟିଲ୍‌ ଆଶିଷ ଇଶ୍ୱର ଏହି ବଣ୍ଟନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ
Read More...

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ,ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍‍ସ ସୁପରସ୍ପେଶିଆଲିଟି ଓ କ୍ୟାନ୍‍ସର…

ଭୁବନେଶ୍ୱର, ୨୯ ।୭: ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ ହୋଇଛି । କିମ୍‍ସ ସୁପର ସ୍ପେଶିଆଲିଟି ଓ କିମ୍‍ସ କ୍ୟାନ୍‍ସର ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର
Read More...

ଶିକ୍ଷକ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗରେ ଧାଡ଼ିକିଆ ପ୍ରତିକ୍ରିୟା ରଖିଲେ ପାର୍ଥ

କୋଲକାତା : “କେଉଁଟା ସତ,କେଉଁଟା ମିଛ,ସବୁ ସମୟ କହିବ’’- ଏଭଳି ଧାଡ଼ିକିଆ ମନ୍ତବ୍ୟ ଦେଇଛନ୍ତି ପଶ୍ଚିମ ବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହୋଇ ଏବେ ଇଡି ହେପାଜତରେ ଅଛନ୍ତି ପାର୍ଥ । ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
Read More...

ଶେଷରେ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ କଂଗ୍ରେସ ସାଂସଦ ଅଧୀର

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନସୂଚକ ମନ୍ତବ୍ୟ ଦେଇ ବିବାଦରେ ଫସିଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଶେଷରେ କ୍ଷମା ମାଗିଛନ୍ତି । ସେ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ଲେଖି ଏଭଳି ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି,‘ମୁଁ
Read More...