ଜାଣନ୍ତୁ,ଶିଳ୍ପପତି ଏଲନ୍‌ ମସ୍କଙ୍କ ଭିତିରି ଉଦ୍ଦେଶ୍ୟ କ’ଣ

0 147

ନୂଆଦିଲ୍ଲୀ: ଶିଳ୍ପ ତଥା ବ୍ୟବସାୟ ଜଗତରେ ଏଭଳି ବହୁ ଟାଇକୁନ ଅଛନ୍ତି,ଯେଉଁମାନେ କହନ୍ତି ଗୋଟେ କଥା କରନ୍ତି ଆଉ ଗୋଟେ । ଅର୍ଥାତ ସେମାନଙ୍କର ଭିତିରି ଉଦ୍ଦେଶ୍ୟ ସେମାନେ ପ୍ରକାଶ କରିନଥାନ୍ତି । ଚାଲାକିର ସହ ତାହାକୁ ହାସଲ କରିଥାନ୍ତି । ତାହାର ଉଦାହରଣ ହେଉଛନ୍ତି ବିଜନେସ ଟାଇକୁନ ଏଲନ ମସ୍କ । ମାଇକ୍‌ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟରକୁ କିଣିବାକୁ ଚାହୁଁଛନ୍ତି ଏଲନ ମସ୍କ । କିଛି ଦିନ ତଳେ ଟେସଲା ସିଇଓ ଏଲନ୍‌ ମସ୍କ ଟ୍ୱିଟରର ପ୍ରାୟ ୯ପ୍ରତିଶତ ଅଂଶଧନ କିଣିଥିବା ନେଇ ଖବର ମିଳିଥିଲା । ପରେ ଏଲନଙ୍କୁ ଟ୍ୱିଟର ବୋର୍ଡରେ ସାମିଲ କରାଯିବାର ପ୍ରସ୍ତାବ ଦିଆଯାଇଥିଲେ ବି ସେ ବୋର୍ଡ ସଦସ୍ୟ ହେବାକୁ ମନା କରିଦେଇଥିଲେ । ହେଲେ ଏବେ ଖବର ମିଳୁଛି ଯେ ବର୍ତ୍ତମାନ ଏଲନ ମସ୍କ ଟ୍ୱିଟରର ବୋର୍ଡ ସଦସ୍ୟ ନ ହୋଇ ଏହାର ମାଲିକ ହେବାକୁ ଚାହୁଁଛନ୍ତି । ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟରର ସତ୍ୱାଧିକାର କିଣିବାକୁ ଏଲନ ମସ୍କ ପ୍ରସ୍ତାବ ଦେଇଥିବା ଜଣାପଡିଛି । ଟୁଇଟର କିଣିବା ପାଇଁ ମସ୍କ କମ୍ପାନିକୁ ଏକ ଅଫର ଦେଇଛନ୍ତି । ମସ୍କ କହିଛନ୍ତି ଯେ, ମୁଁ ଟ୍ୱିଟରରେ ପୁଞ୍ଜି ବିନିଯୋଗ କରିଛି । କାରଣ ଟ୍ୱିଟରର ଦକ୍ଷତା ଉପରେ ମୁଁ ବିଶ୍ୱାସ କରେ । ପୁଞ୍ଜି ବିନିଯୋଗ କରିବା ପରେ ମୁଁ ବର୍ତ୍ତମାନ ହୃଦୟଙ୍ଗମ କରିଛି ଯେ କମ୍ପାନିର ବର୍ତ୍ତମାନର ରୂପରେଖ ଆଗକୁ ଲୋକଙ୍କ ଆବଶ୍ୟକତାକୁ ପୂରଣ କରି ପାରିବ ନାହିଁ । ଟ୍ୱିଟରକୁ ଏକ ଘରୋଇ କମ୍ପାନି ଭାବରେ ରୂପାନ୍ତର କରାଯିବା ଆବଶ୍ୟକ । ଫଳସ୍ୱରୂପ, ମୁଁ ଟ୍ୱିଟରର ପ୍ରତିଟି ସେୟାର ପାଇଁ ୫୪.୨୦ ଡଲାର ଦେଇ ଟ୍ୱିଟରର ୧୦୦% ଅଂଶଧନ କିଣିବାକୁ ଚାହୁଁଛି । ଏହି ଅଫର ହେଉଛି ମୋର ସର୍ବୋତ୍ତମ ଏବଂ ଅନ୍ତିମ ଅଫର ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

3 × two =