ଏଥର ପକ୍ଷରୁ ଭୁବନେଶ୍ୱରରେ ଖୋଲିଲା ତୃତୀୟ ଏକ୍ସପେରିଏନ୍ସ ସେଣ୍ଟର

0 26

ଭୁବନେଶ୍ୱର : ଭାରତର ଅଗ୍ରଣୀ ଇଲେକ୍ଟ୍ରିକ ଦୁଇଚକିଆ ଯାନ ନିର୍ମାତା ଏଥର ଏନର୍ଜି ଲିମିଟେଡ ଭୁବନଶ୍ୱରର ପୁରୀ ବାଇପାସ୍ ରୋଡ୍ ପାଣ୍ଡେରା ଛକଠାରେ ଏହାର ତୃତୀୟ ଏକ୍ସପେରିଏନ୍ସ ସେଣ୍ଟର “ଏଥର୍ ସ୍ପେଶ’ ର ଶୁଭାରମ୍ଭ ହୋଇଛି । ଏହି ଏକ୍ସପେରିଏନ୍ସ ସେଣ୍ଟରରେ ଗ୍ରାହକମାନେ ଏଥରର୍ ପ୍ରଥମ ଫ୍ୟାମିଲି ସ୍କୁଟର ରିସ୍ତା, ଏଥର-୪୫୦ ଏବିଏସ୍‌, ଏଥର-୪୫୦ଏସ, ଏଥର-୪୫୦ଏକ୍ସପ୍ରୋ କ୍ରୟ କରିପାରିବେ । ଏହି ଅବସରର ଏଥର ଏନର୍ଜିର ନ୍ୟାସନାଲ ସେଲ୍ସ ହେଡ୍ ଉମେଶ ଚୌଧୁରୀ ଓ ସୋରୁମର ପ୍ରତିଷ୍ଠାତା ଅର୍ଣ୍ଣବ ବେହେରା ଓ ଅର୍ଣ୍ଣବ ପ୍ରଧାନଙ୍କ ସହ ଏଥର ଏନର୍ଜିର ପୂର୍ବାଞ୍ଚଳର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାର ଗ୍ରାଣ୍ଡ ଓପନିଙ୍ଗରେ ୧୫ଟି ଗାଡି ଡେଲିଭରି ଦିଆହୋଇଛି ଓ ୨୦ଟି ଗାଡି ବୁକିଙ୍ଗ ହୋଇଛି । ଇଲେକ୍ଟ୍ରି ଗାଡି କ୍ଷେତ୍ରରେ ବିକାଶକୁ ବଢାଇବା ପାଇଁ ଏଥର୍ ଏନର୍ଜି ତରଫରୁ ଅନେକ ପ୍ରକାର ମଡେଲମାନ ବଜାରକୁ ଛଡାଯାଉଛି ।

hiranchal ad1
Leave A Reply

Your email address will not be published.

1 × 1 =