କୃଷି ବିଭାଗ ତତ୍ପର ସାର କୀଟ ନାଶକ ଓ ବିହନର କଳା ବଜାର ରୋକିବାକୁ

0 91

ବରଗଡ : ଚଳିତ ଖରିଫ ଚାଷ ପାଇଁ ଆବଶ୍ୟକ ବିଭିନ୍ନ କୃଷି ସାମଗ୍ରୀ ତଥା ରାସାୟନିକ ସାର, କୀଟ ନାଶକ ଓ ବିହନର କଳା ବଜାର ରୋକିବା ପାଇଁ ବରଗଡ ଜିଲ୍ଲା କୃଷି ବିଭାଗ ଦ୍ଵାରା ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରୀୟ ଅଧିକାରି ମାନେ ସେମାନଙ୍କର ଚିରା ଚରିତ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଚନ୍ତି। ହୀରାକୁଦ ଜଳ ସେଚିତ ଅଞ୍ଚଳର ବିଭିନ୍ନ ବ୍ଲକ୍ ଯଥା ବରଗଡ, ଅତାବିରା, ଭେଡେନ, ବରପାଲି ଓ ଭଟଲି ବ୍ଲକରେ ଏପରି କାର୍ଯ୍ୟକ୍ରମକୁ ତ୍ଵରାନିତ କରାଯିବI ସଙ୍ଗେ ସଙ୍ଗେ ଖିଲାପିକାରି ବିକ୍ରେତାଙ୍କୁ କାରଣ ଦର୍ଶାଇବା, ନୋଟିସ ଜାରି କରାଯିବା ସହିତ ଲାଇସେନ୍ସ ନିଲମ୍ୱିତ କରାଯାଇଛି। ଏହି ଚଢ଼ାଉ ସମୟରେ ବରଗଡ ଓ ଅତାବିରା ବିଇଓ ଇତୀଶ୍ମିତା ଡେବେତା ପିଙ୍କୁ ସେନକର, ଇନସ୍ପେକ୍ଟର ସ୍ନେହଲ ମନ୍ଦିର ଓ ଇନସ୍ପେକ୍ଟର ଜ୍ୟୋଶ୍ନାରାନି ଓ ଓଭଶୀୟର ଭାରତି ଦେବେତା ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

three + 10 =