ଖାଇବା ତେଲ ଦରବୃଦ୍ଧିକୁ ନେଇ ତାତିଲେଣି ଲୋକେ : ମୋଦି ବିବ୍ରତ,ଖୁବଶୀଘ୍ର ସମୀକ୍ଷା

0 99

ନୂଆଦିଲ୍ଲୀ,୬/୩ : ଦେଶରେ ଖାଇବା ତେଲର ଅହେତୁକ ଦରବୃଦ୍ଧିନେଇ ଲୋକେ ତାତିଲେଣି । ଚାରିଆଡେ଼ ଅସନ୍ତୋଷର ସ୍ୱର ଉଠିଲାଣି । ଭାରତରେ ପାମ୍‌ ଅଏଲ, ସନ୍‌ଫ୍ଲାୱାର ଅଏଲ,ସୋୟା ଏବଂ ବନସ୍ପତି ତେଲ ଦାମ ବୃଦ୍ଧି ପାଇଛି । ତେବେ ସୋରିଷ ତେଲ ଦାମରେ କମ ବୃଦ୍ଧି ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ଦର ଦାମ ଅହେତୁକ ବୃଦ୍ଧି ସରକାରଙ୍କୁ ମଧ୍ୟ ଅକଳରେ ପକାଇଛି । ଦର ବୃଦ୍ଧିକୁ ଆୟତରେ ରଖିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏ ନେଇ ପୂର୍ବରୁ ମଧ୍ୟ ୨ ଥର ବୈଠକ ହୋଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଖୁବଶୀଘ୍ର ଦରଦାମ ବୃଦ୍ଧି ନେଇ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି । ଫେବୃଆରୀ ୧୫ ତାରିଖରୁ ମାର୍ଚ୍ଚ ୫ ତାରିଖ ଯାଏଁ ତେଲ କମ୍ପାନୀ ଗୁଡିକ ୧୦ ରୁ ୩୬ ଟଙ୍କା ଯାଏଁ ବୃଦ୍ଧି ଘଟାଇଲେଣି । ରାଜଧାନୀ ଦିଲ୍ଲୀରେ ୧୩୨ ଟଙ୍କାରେ ବିକ୍ରି ହେଉଥିବା ପାମ୍‌ ଅଏଲ ଏବେ ୧୬୦ ଟଙ୍କା ହୋଇଯାଇଛି । ସେହିଭଳି ମୁମ୍ବାଇରେ ୧୩ ଟଙ୍କା, ଓଡିଶାରେ ୨୩ ଟଙ୍କା, ଚେନ୍ନାଇରେ ପାମ୍‌ ଅଏଲ ୨୫ ଲିଟର ପିଛା ୨୫ ଟଙ୍କା ବୃଦ୍ଧି ପାଇଲାଣି । ସେହିଭଳି ସୋୟା ତେଲ ଦର ମଧ୍ୟ ଅହେତୁକ ବୃଦ୍ଧି ଘଟିଛି । ଦିଲ୍ଲୀରେ ପୂର୍ବରୁ ଦାମ ୧୫୭ ଟଙ୍କା ଥିବା ବେଳେ ଏବେ ସେଥିରେ ୨୨ ଟଙ୍କା ବୃଦ୍ଧି ଘଟି ୧୭୯ ଟଙ୍କା ହୋଇଯାଇଛି । କୋଲକାତାରେ ସୋୟା ତେଲ ଦର ଲିଟର ପିଛା ୧୭ ଟଙ୍କା ବୃଦ୍ଧି ପାଇଥିବା ବେଳେ, ହାଇଦ୍ରାବାଦରେ ୧୪ ଟଙ୍କା, ୟୁପିରେ ୨୫ ଟଙ୍କା, ହିମାଚଳ ପ୍ରଦେଶରେ ୨୨ ଟଙ୍କା ବୃଦ୍ଧି ଘଟିଛି । ବନସ୍ପତି ତେଲ ଦର ମଧ୍ୟ ଅନେକ ସହରରେ ବୃଦ୍ଧି ଘଟିଛି । ଓଡିଶାରେ ବନସ୍ପତି ତେଲ ଦର ଲିଟର ପିଛା ୩୦ ଟଙ୍କା ବୃଦ୍ଧି ପାଇଛି । ଦେଶର ବିଭିନ୍ନ ସ୍ଥାନରେ ସନଫ୍ଲାୟାର ତେଲ ଦର ୬ରୁ ୩୧ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି ।

hiranchal ad1
Leave A Reply

Your email address will not be published.

seventeen − six =