ମାର୍ଚ୍ଚରେ ସର୍ବକାଳୀନ ରେକର୍ଡ ଜିଏସଟି ସଂଗ୍ରହ

0 68

ନୂଆଦିଲ୍ଲୀ : ମାର୍ଚ୍ଚରେ ଜିଏସଟି ସଂଗ୍ରହ କ୍ଷେତ୍ରରେ ଆଶାତୀତ ସଫଳତା ମିଳିଛି । ଏହି ମାସରେ ମିଳିଛି ମୋଟ ୧.୪୨ ଲକ୍ଷ କୋଟି ଟଙ୍କାର ଜିଏସଟି,ଯାହାକି ମାସିକ ଜିଏସଟି ସଂଗ୍ରହରେ ଏକ ସର୍ବକାଳୀନ ରେକର୍ଡ ବୋଲି ଅର୍ଥମନ୍ତ୍ରାଳୟ କହିଛି । ଏହା ୨୦୨୧ର ମାର୍ଚ୍ଚ ମାସ ତୁଳନାରେ ୧୫ ପ୍ରତିଶତ ଅଧିକ । ପୂର୍ବରୁ ଗତବର୍ଷର ଏପ୍ରିଲ ମାସରେ ରେକର୍ଡ ୧ ଲକ୍ଷ ୪୧ ହଜାର ୩୮୪ କୋଟିର ଜିଏସଟି ସଂଗ୍ରହ କରାଯାଇଥିଲା । ମାର୍ଚ୍ଚ ମାସରେ ସଂଗ୍ରହ ହୋଇଥିବା ୧.୪୨ ଲକ୍ଷ କୋଟିରୁ କେନ୍ଦ୍ରୀୟ ଜିଏସଟି ୨୫,୮୩୦ କୋଟି ଟଙ୍କା ହୋଇଥିବା ବେଳେ ରାଜ୍ୟ ଜିଏସଟି ୩୨,୩୭୮ କୋଟି ଟଙ୍କା । ଇଣ୍ଟିଗ୍ରେଟେଡ ଜିଏସଟି ୭୪,୪୭୦ କୋଟି ଟଙ୍କା ଓ ସେସ ୯୪୧୭ କୋଟି ଟଙ୍କା । ନିକଟରେ ସମାପ୍ତ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ କରୋନା ମହାମାରୀର ୨ୟ ଲହରର ପ୍ରକୋପ ଅଧିକ ଥିବାରୁ ବିଭିନ୍ନ ରାଜ୍ୟ ପୁଣି ଥରେ ଲକଡାଉନ ଲାଗୁ କରିଥିଲେ । ଏହା ଫଳରେ ଅର୍ଥନୀତି ପ୍ରଭାବିତ ହେବା ସହ ମାସିକ ଜିଏସଟି ରାଜସ୍ୱ ୧ ଲକ୍ଷ କୋଟିରୁ ହ୍ରାସ ପାଇଥିଲା ।

hiranchal ad1
Leave A Reply

Your email address will not be published.

9 + fourteen =