ପାଶ୍ଚାତ୍ୟ ପ୍ରତିବନ୍ଧକ ଯୋଗୁ ସଙ୍କଟରେ ଋଷିଆର ଅର୍ଥ ବ୍ୟବସ୍ଥା

0 61

ନୂଆଦିଲ୍ଲୀ : ଋଷିଆ ଯେତେଯାହା କହିଲେ ମଧ୍ୟ ଏହାର ଅର୍ଥ ବ୍ୟବସ୍ଥା ଯେ ସଙ୍କଟ ଭିତରକୁ ଠଲି ହୋଇଗଲାଣି,ସେଥିରେ ଆଉ ସନ୍ଦେହ ନାହିଁ । ପାଶ୍ଚାତ୍ୟ ଦେଶମାନଙ୍କର କଠୋର ପ୍ରତିବନ୍ଧକ ଯୋଗୁ ଏହାର ଅର୍ଥନୈତିକ ସ୍ଥିତି ଦୋହଲିବାକୁ ବସିଲାଣି । ମୁଡିଜ୍‌ରେ ଋଷିଆର କ୍ରେଡିଟ ରେଟିଂ ହ୍ରାସ ହୋଇଛି । ମୁଡିଜଙ୍କ ଅନୁସାରେ,୨୦୨୨ ମସିହାରେ ଋଷିଆର ଅର୍ଥନୀତି ୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ଋଷର କେନ୍ଦ୍ରୀୟ ବ୍ୟାଙ୍କର ସମ୍ପତ୍ତି ବିଦେଶରେ ଫ୍ରିଜ କରାଯିବା ଓ ଋଷୀୟ ବ୍ୟାଙ୍କମାନଙ୍କ ‘ସ୍ୱିଫ୍ଟ’ ଅନ୍ତର୍ଜାତୀୟ ପୈଠ ପ୍ରାଣାଳୀରୁ ପୃଥକ ହେବା ଏପରି ପରିସ୍ଥିତି ସୃଷ୍ଟି କରିଛି । ଗତ ଗୁରୁବାର ମୁଡିଜ୍‌ ଓ ଫିଚ୍‌ ଋଷିଆ ସରକାରଙ୍କ ଆର୍ଥିକ ପ୍ରତିଷ୍ଠାକୁ କବାଡି ଶ୍ରେଣୀରେ ପକାଇ ଦେଇଥିଲେ । ଏଥିରେ ମୁଡିଜ୍‌ ଇନଭେଷ୍ଟର୍ସ ସର୍ଭିସ୍‌ ଋଷର ଦୀର୍ଘକାଳୀକ ଓ ଅଧିକ ଅସୁରିକ୍ଷିତ( ସ୍ଥାନୀୟ ଓ ବିଦେଶୀ ମୁଦ୍ରା) ବ୍ରାଣ୍ଡ ରେଟିଂକୁ ବିଏଏ-୩ ଶ୍ରେଣୀରୁ ବି-୩କୁ ଖସାଇ ଦିଆଯାଇଛି । ଏହା ଅର୍ଥବ୍ୟବସ୍ଥାର ଅତ୍ୟନ୍ତ ନିମ୍ନ ସ୍ତର ବୋଲି କୁହାଯାଉଛି । ଯାହା ୨୦୨୩ ମସିହାରେ ଆହୁରି ହ୍ରାସ ହୋଇ ‘ସିଏ’ ସ୍ତରକୁ ଆସିଯାଇପାରେ ବୋଲି ଆକଳନ କରାଯାଉଛି । ଗତ ସପ୍ତାହରେ ଜି-୭ର ମୁଖ୍ୟ ଅର୍ଥନୀତିମାନେ ଋଷିଆ କେନ୍ଦ୍ରୀୟ ବ୍ୟାଙ୍କ ଉପରେ କଡ଼ା କଟକଣା ଜାରି କରିଥିଲେ । ଏଥିରେ ଋଷିୟ ବ୍ୟାଙ୍କମାନଙ୍କର ସୋସାଇଟି ଫର ୱାର୍ଲଡୱାଇଡ୍‌ ଇଣ୍ଟର ବ୍ୟାଙ୍କ ଫାଇନାନସିଆଲ ଟେଲିକମ୍ୟୁନି କେସନ (ସ୍ୱିଫ୍ଟ) ସୁବିଧା ମଧ୍ୟ ଅପହରଣ କରିନେଇଥିଲେ । ଇଣ୍ଟରବ୍ୟାଙ୍କିଙ୍ଗ ପ୍ରାଣାଳୀରୁ ବ୍ୟାଙ୍କମାନଙ୍କୁ ବାହାର କରିବା ଲାଗି ଏହି ନିଷ୍ପତ୍ତି ଯୋଗୁ ବୈଶ୍ୱିକ ଆର୍ଥିକ କାରବାରରୁ ଋଷିଆ ଏବେ ପୃଥକ ହୋଇଯାଇଛି । ତେବେ ଋଷିଆର ଇଛା ଓ ଋଣ ପୈଠ କରିବାର କ୍ଷମତା ଅନୁସାରେ ହୋଇଛି ।

hiranchal ad1
Leave A Reply

Your email address will not be published.

20 − 3 =