ପେଟ୍ରୋଲ ଦର ୨୦୦ ଟଙ୍କା ଟପିବ !

0 226

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଶକ୍ତି କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି  । ବିଶେଷକରି ରୁଷ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଏବେ ସ୍ଥିତି ସଂଗୀନ ହେବାରେ ଲାଗିଛି  । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ୨୦୦୮ ପରେ ସର୍ବୋଚ୍ଚ ସ୍ଥିତିରେ ପହଁଚିଥିବାବେଳେ ତାହା ବ୍ୟାରେଲ ପିଛା ୩ ଶହ ଡଲାର ଛୁଇଁବ ବୋଲି ରୁଷ ଚେତାବନୀ ଦେଇଛି  । ଫଳରେ ପେଟ୍ରୋଲ ଲିଟର ପିଛା ଦର ୨୦୦ ଟଙ୍କା ଟପିବ ବୋଲି ରୁଷ କହିଛି  । ଯଦି ରୁଷ ଉପରେ ଏଭଳି ଆର୍ଥିକ କଟକଣା ଜାରିରହେ ତେବେ ଏଭଳି ସ୍ଥିତି ଉପୁଜିବାର ଆଶଙ୍କା ଅଛି  ।

hiring

ରୁଷ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ଚେତାବନୀ ଦେଇ କହିଛିଯେ, ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩ ଶହ ଡଲାର ଛୁଇଁବ  । ସେହିପରି ୟୁରୋପକୁ ଗ୍ୟାସ ଯୋଗାଣ କରୁଥିବା ରୁଷ-ଜର୍ମାନୀ ଗ୍ୟାସ ପାଇପଲାଇନକୁ କି ବନ୍ଦ କରିଦେବାକୁ ବି ରୁଷ ଧମକ ଦେଇଛି  । ରୁଷ ପକ୍ଷରୁ କୁହାଯାଇଛିଯେ, ୟୁରୋପୀୟ ଦେଶଗୁଡ଼ିକ ତେଲ ପାଇଁ ରୁଷ ଉପରେ ନିର୍ଭରଶୀଳ  । ରୁଷରୁ ତେଲ ନନେଲେ ସେମାନଙ୍କୁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ  । ସେମାନଙ୍କ ଉପଭୋକ୍ତା ଉପରେ ଏହାର ପ୍ରଭାବ ପଡ଼ିବ  । ଆମ ତେଲ କେଉଁଠି ବିକ୍ରି ହେବ ତାହା ଆମେ ଜାଣିଛୁ ବୋଲି ରୁଷ ପକ୍ଷରୁ କୁହାଯାଇଛି  ।

ସୂଚନାଯୋଗ୍ୟଯେ, ୟୁରୋପକୁ ଋଷ ୪୦% ଗ୍ୟାସ ଯୋଗାଣ କରିଥାଏ  । ରୁଷର ଉପ ପ୍ରଧାନମନ୍ତ୍ରୀ  କହିଛନ୍ତିଯେ, ଆମ ଦେଶର ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବାର ହକ ଆମର ଅଛି  । ଜର୍ମାନୀ ଗତ ମାସରେ ନଡର଼୍ ଷ୍ଟି୍ରମ ୨ ଗ୍ୟାସ ପାଇପଲାଇନକୁ ସାର୍ଟିଫିକେଟ ଦେବାକୁ ମନା କରିଥିଲା  । ଏହାର ପ୍ରତିବାଦରେ ଆମେ ନଡର଼୍ ଷ୍ଟି୍ରମ ୧ ପାଇପଲାଇନକୁ ବନ୍ଦ କରିପାରିବୁ  । କିନ୍ତୁ ଏଯାବତ ଆମେ କରିନାହୁଁ  । ଯଦି ୟୁରୋପୀୟ ଦେଶର ନେତାମାନେ ନିଜର ଆଭିମୁଖ୍ୟ ନବଦଳାନ୍ତି ଆମେ ବାଧ୍ୟ ହୋଇ ଗ୍ୟାସ ଯୋଗାଣ ବନ୍ଦ କରିବୁ ବୋଲି ସେ କହିଛନ୍ତି  ।

hiranchal ad1
Leave A Reply

Your email address will not be published.

four × 3 =