ଆସିଲା ରିଜର୍ଭ ବ୍ୟାଙ୍କର ନୂଆ ଆପ୍‌ : ଜାଣନ୍ତୁ,କ’ଣ ରହିଛି ଏଥିରେ ବିଶେଷ ସୁବିଧା

0 91

ନୂଆଦିଲ୍ଲୀ,୮/୩ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଏକ ସଂପୂର୍ଣ୍ଣ ନିଆରା ସେବା ଆରମ୍ଭ କରିଛନ୍ତି । ଏହି ସେବା କ୍ରମରେ ଦେଶରେ ୪୦ କୋଟିରୁ ଅଧିକ ଫିଚର ଫୋନ ଉପଭୋକ୍ତା ଓ ସାମାନ୍ୟ ମୋବାଇଲ ଫୋନ ବ୍ୟବହାରକାରୀ ସୁରକ୍ଷିତ ଭାବେ ଡିଜିଟାଲ ପେମେଣ୍ଟ କରିପାରିବେ । ଯେଉଁ ଲୋକଙ୍କ ପାଖରେ ଇଣ୍ଟରନେଟ୍‌ କନେକସନ ନାହିଁ, ସେମାନଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟୁପିଆଇ ‘୧୨୩ ପେ’ ନାମରେ ଆରମ୍ଭ କରାଯାଇଥିବା ସେବା ମାଧ୍ୟମରେ ଡିଜିଟାଲ ନେଣଦେଣ କରିପାରିବେ । ଏନେଇ କୌଣସି ସ୍ମାର୍ଟଫୋନର ଆବଶ୍ୟକତା ପଡିବ ନାହିଁ । ଶକ୍ତିକାନ୍ତ କହିଛନ୍ତି , ଏପର୍ଯ୍ୟନ୍ତ ୟୁପିଆଇ ସେବାର ମୁଖ୍ୟ ମାଧ୍ୟମ ଭାବେ ସ୍ମାର୍ଟଫୋନକୁ ବ୍ୟବହାର କରାଯାଉଥିଲା । ସ୍ମାର୍ଟଫୋନ ଓ ଇଣ୍ଟରନେଟ ସେବା ପାଇବାକୁ ସକ୍ଷମ ନଥିବା ଲୋକମାନେ ଏହି କାରଣରୁ ଡିଜିଟାଲ ନେଣଦେଣରୁ ବଞ୍ଚିତ ହେଉଥିଲେ । ଏହି କାରଣରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ‘୧୨୩ ପେ’ ସେବା ଆରମ୍ଭ କରାଯାଇଥିବା କଥା ସେ କହିଛନ୍ତି । ସେପଟେ ୨୦୨୧-୨୨ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୭୬ ଲକ୍ଷ କୋଟି ଟଙ୍କା ୟୁପିଆଇ ମାଧ୍ୟମରେ ନେଣଦେଣ ହୋଇଛି । ଅନ୍ୟପଟେ ଗତବର୍ଷ ୟୁପିଆଇ ନେଣଦେଣ ମାଧ୍ୟମରେ ଲୋକମାନେ ୪୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଆରବିଆଇ ତରଫରୁ କୁହାଯାଇଛି କି, ଫିଚର ଫୋନ ଉପଭୋକ୍ତା ୪ ଟି ଟେକନିକ୍‌ ବିକଳ୍ପ ଆଧାରରେ ଡିଜିଟାଲ ଦେଣନେଣ କରିପାରିବେ । ପ୍ରଥମେ ଆଇବିଆର (ଇଣ୍ଟରେକ୍ଟିଭ ବାୟସ ରେସ୍ପନ୍ସ) ନମ୍ବରକୁ ଫୋନ କରିବାକୁ ପଡିବ, ଦ୍ୱିତୀୟରେ ଫିଚର ଫୋନରେ ଆପର କାର୍ଯ୍ୟକ୍ଷମତା, ତୃତୀୟରେ ମିସକଲ ଆଧାରିତ ନିୟମ ଓ ଚତୁର୍ଥରେ ସମାନ ଧ୍ୱନୀ ଆଧାରିତ ଦେୟ ଅନ୍ତର୍ଭୁକ୍ତ । ଏହି ସେବା ମାଧ୍ୟମରେ ଆପଣ ବିନା ଇଣ୍ଟର ନେଟ ଓ ବିନା ସ୍ମାର୍ଟଫୋନରେ କାହା ସହିତ ବି ଅର୍ଥ କାରବାର କରିପାରିବେ । କେବଳ ସେତିକି ନୁହେଁ ଆପଣ ଗାଡିର ଫାଷ୍ଟଟ୍ୟାଗର ରିଚାର୍ଜ ବି କରିପାରିବେ । ଏହାସହ ମୋବାଇଲ ଫୋନ ରିଚାର୍ଜ ଭଳି ସୁବିଧା ବି ଉପଲବ୍ଧ ରହିଛି ।

hiranchal ad1
Leave A Reply

Your email address will not be published.

20 − 18 =