୨୧ ଖଣ୍ଡ ଶାଳଚୌକାଠ ସହିତ ଗାଡ଼ି ଜବତ

0 33

ହରଭଙ୍ଗା : ବୌଦ୍ଧ ବନାଞ୍ଚଳରୁ ଦୈନଦିନ ବହୁ ମୂଲ୍ୟବାନ କାଠ, ପଟା ଆଦି ଚୋରା ଚାଲାଣ ଚାଲୁ ରହୁଥିବା ବେଳେ ୨୧ ଖଣ୍ଡ ଶାଳ ଚୌକାଠ ସହିତ ଏକ ଗାଡ଼ିକୁ ଜବତ କରିଛି ବନବିଭାଗ। ସୂଚନା ମତେ ଗତକାଲି ରାତି ପ୍ରାୟ ୮ଟା ସମୟରେ ମାଧପୁର ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ବିଭାଗ ତରଫରୁ ରାତ୍ରି ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ ଏକ ପିକଅପ (OD -12-6056 )ଗାଡ଼ି ମାଧପୁର ପଟୁ ବୌଦ୍ଧ ଅଭିମୁଖେ ଦ୍ରୁତ ଗତିରେ ଯିବା ସମୟରେ ବନବିଭାଗ ସନ୍ଦେହରେ ଗାଡ଼ିର ପିଛା କରି ଆଡ଼େଣିଗଡ଼ ରଙ୍ଗମାଟିଆ ଠାରେ ଗାଡିକୁ ଅଟକାଇଥିଲା। ଏବଂ ଗାଡ଼ିକୁ ତନଖି କରିବାରୁ ଗାଡିରୁ ୨୧ ଖଣ୍ଡ ଶାଳ ଚୌକାଠ ବାହାରିଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ପଚାଶ ହଜାର ଟଙ୍କା ହବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ବେଳେ ଉକ୍ତ ଗାଡ଼ିକୁ ଏବଂ ଜବତ ହୋଇଥିବା ଶାଳ ଚୌକାଠ ମାଧପୁର ରେଞ୍ଜକୁ ଅଣାଯାଇ ଅଧିକ ତଦନ୍ତ ଚାଲିଥିବା ମାଧପୁର ବନାଞ୍ଚଳ ଅଧିକାରୀ ଆସିକ କୁମାର ଦିଗାଲ ସୂଚନା ଦେଇଛନ୍ତି l ଉକ୍ତ ପେଟ୍ରୋଲିଙ୍ଗ ସମୟରେ ରେଞ୍ଜ ଅଧିକାରୀ ଆସିକ କୁମାର ଦିଗାଲ,ବନପାଳ ସୁନୀଲ ଖେତୀ, ବନରକ୍ଷୀ ଶ୍ରୀକାନ୍ତ ନାୟକ, ମୃତ୍ୟୁଞ୍ଜୟ ମହାରଣା, ସୁବଳ ପ୍ରଧାନ ଙ୍କ ସମେତ ସମସ୍ତ ଫରେଷ୍ଟ ସ୍କ୍ୱାର୍ଡ ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

eighteen − 18 =