ମୁମ୍ବାଇ: ଦୀର୍ଘ ବର୍ଷ ଚଳଚ୍ଚିତ୍ର ଜଗତକୁ ପୁଣି ଫେରିଛନ୍ତି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ପ୍ରଖ୍ୟାତ ନିର୍ଦ୍ଦଶକ ମଣି ରତ୍ନମଙ୍କ ପୋନ୍ନୟିନ ସେଲଭନରେ ତାଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ନିର୍ଦ୍ଦେଶକ ମଣିରତ୍ନମଙ୍କ ଚଳଚ୍ଚିତ୍ର ‘ପୋନ୍ନିୟିନ୍ ସେଲଭନ’ର ପୋଷ୍ଟର ଗୁୁରୁବାର ରିଲିଜ୍ ହୋଇଛି । ଏହି ଫିଲ୍ମ ଦୁଇ ଭାଗରେ ରିଲିଜ୍ ହେବ । ପ୍ରଥମ ପାର୍ଟ ସେପ୍ଟେମ୍ବର ୩୦ ତାରିଖରେ ପ୍ରେକ୍ଷାଳୟକୁ ଆସିବ । ‘ପୋନ୍ନିୟିନ୍ ସେଲଭନ’ ୧୦ମ ଶତାବ୍ଦୀର ଏକ କାହାଣୀ ଉପରେ ଆଧାରିତ । ଏଥିରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ବିକ୍ରମ, ଜୟମ ରବି, କାର୍ଥୀ, ତ୍ରିଶା, ସରଥକୁମାର, ରହମାନ ଓ ଐଶ୍ୱର୍ଯ୍ୟା ଲକ୍ଷ୍ମୀ ପ୍ରମୁଖ କଳାକାର ଅଭିନୟ କରିଛନ୍ତି । ଐଶ୍ୱର୍ଯ୍ୟା ଓରଫ୍ ନନ୍ଦିନୀ, ବିକ୍ରମ ଓରଫ୍ ଆଦିତ୍ୟ କରିକଲମ, ଜୟମ ରବି ଓରଫ୍ ଅରୁଲମୋଜୀ ବରମନ, କାର୍ଥୀ ଓରଫ୍ ବନ୍ଧୀୟାଥେବନ ଓ ତ୍ରିଶା ଓରଫ୍ କୁଣ୍ଡାବଈଙ୍କ ଲୁକ୍ ସାମ୍ନାକୁ ଆସିଛି । ସମସ୍ତଙ୍କ ରୂପ ଖୁବ୍ ଆକର୍ଷଣୀୟ ଦେଖାଯାଉଛି । ‘ପୋନ୍ନିୟିନ୍ ସେଲଭନ’ କାଳ୍କୀ କୃଷ୍ଣାମୂର୍ତ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ ଉପରେ ଆଧାରିତ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତକାର ଏ.ଆର. ରହମାନ ।