ପ୍ରତୀକ୍ଷାର ଅନ୍ତ : ଶେଷରେ ପତି-ପତ୍ନୀ ହେଲେ ରଣବୀର-ଆଲିଆ

0 85

ମୁମ୍ବାଇ : ସବୁ ଗୁଜବ,କଳ୍ପନାଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଲିଆଙ୍କ ମଥାରେ ସିନ୍ଦୂର ଭରି ନୂତନ ଜୀବନର ଯାତ୍ରା ଆରମ୍ଭ କରିଛନ୍ତି ରଣବୀର । ଦୀର୍ଘ ୫ ବର୍ଷ ଧରି ଚର୍ଚ୍ଚାରେ ଥିବା ଏହି ପ୍ରେମୀଯୁଗଳ ଆଜିଠାରୁ ପତି-ପତ୍ନୀ ଭାବରେ ନିଜର ଯାତ୍ରା ଆରମ୍ଭ କରିବେ । ମୁମ୍ବାଇର ବାନ୍ଦ୍ରାରେ ଥିବା ରଣବୀରଙ୍କ ଘର ବାସ୍ତୁରେ ଦୁହିଁଙ୍କ ବିବାହ ଶେଷ ହୋଇଛି । ଏବେ ଦୁହିଁଙ୍କ ବିବାହ ଫଟୋ ସନ୍ଧ୍ୟା ୭ଟା ପରେ ଆସିଥିଲା । ଆଜି ପ୍ରଥମେ ପାରମ୍ପରିକ ପିତୃପୂଜା ପରେ ସେମାନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ନୀତୁ କପୁର, କରୀନା କପୁର, କରିସ୍ମା କପୁର, କରଣ ଜୋହର, ଆୟାନ ମୁଖାର୍ଜୀ, ମହେଶ ଭଟ୍ଟ, ପୂଜା ଭଟ୍ଟଙ୍କ ସମେତ ଉଭୟ ପରିବାରର ଅତିଥିମାନେ ଗତକାଲି ବାସ୍ତୁରେ ପହଞ୍ଚି ସାରିଥିଲେ । ଆଜି ସେମାନଙ୍କ ଉପସ୍ଥିତିରେ ବିବାହ ସଂପନ୍ନ ହୋଇଛି । ପ୍ରଖ୍ୟାତ ଗାୟକ ପ୍ରତୀକ ଖୁଦା ମେହେନ୍ଦୀ ସମାରୋହରେ ସଙ୍ଗୀତ ପରିବେଷଣ କରିଥିଲେ । ବିବାହ ପୂର୍ବରୁ ଅନେକ ତାରିଖ ସାମ୍ନାକୁ ଆସିଥିଲା । ଦୁହେଁ କେଉଁ ତାରିଖରେ ବିବାହ କରିବେ, ସେ ନେଇ ଅନେକ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ଗତକାଲି ରଣବୀରଙ୍କ ଭଉଣୀ ରିଧିମା କପୁର ବିବାହ ତାରିଖ ସ୍ପଷ୍ଟ କରିଥିଲେ । ମେହେନ୍ଦୀ ପାଇଁ ଆସୁଥିବା ବେଳେ ଏପ୍ରିଲ ୧୪ରେ ହିଁ ଆଲିଆ-ରଣବୀର ବିବାହ କରିବେ ବୋଲି ସେ ସ୍ପଷ୍ଟ କରିଥିଲେ ।

hiranchal ad1
Leave A Reply

Your email address will not be published.

20 − 11 =