ବିବାହ ବନ୍ଧନରେ ବାନ୍ଧିହେଲେ ଅଙ୍କିତା ଲୋଖଣ୍ଡେ

0 100

ନୂଆଦିଲ୍ଳୀ : ବିବାହ ବନ୍ଧନରେ ବାନ୍ଧିହେଲେ ଅଙ୍କିତା ଲୋଖଣ୍ଡେ । ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ ଟିଭି ଶୋ ‘ପବିତ୍ର ରିସ୍ତା’ ଫେମ୍‌ ଅଙ୍କିତା ଲୋଖଣ୍ଡେ ତାଙ୍କ ପ୍ରେମିକ ଭିକି ଜୈନଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବହୁ ଦିନର ଅପେକ୍ଷାର ଦୁହିଁଙ୍କର ହାତଗଣ୍ଠି ପଡିଲା । ଭିକିଙ୍କ ସହ ବିବାହ ଶେଷ ହେବା ପରେ ଅଭିନେତ୍ରୀ ଅଙ୍କିତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ବିବାହର କିଛି ଫଟୋ ସେୟାର କରିଥିଲେ । ଏହି ଫଟୋ ଦେଖି ତାଙ୍କ ଫ୍ୟାନ୍ସମାନେ ଖୁବ୍‌ ଉତ୍ସାହିତ ମଧ୍ୟ ହୋଇଥିଲେ । ତାଙ୍କ ପ୍ରଶଂସକମାନଙ୍କୁ କହିଥିଲେ ଯେ ସେ ବର୍ତ୍ତମାନ ଅଫିସିଆଲ୍‌ ଭାବରେ ଭିକିଙ୍କ ଶ୍ରୀମତୀ ବୋଲି ଘୋଷଣା କରିଛନ୍ତି । ଅଙ୍କିତାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ତାଙ୍କ ପ୍ରଶଂସକ ତଥା ଟିଭି କଳାକାରମାନେ ତାଙ୍କୁ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇ ଅଭିନନ୍ଦନ ଜଣାଇଛନ୍ତି।

hiranchal ad1
Leave A Reply

Your email address will not be published.

ten − 1 =