ଘର ଘର ବୁଲି ଖାଦ୍ୟ ବାଣ୍ଟିବେ ଅର୍ଚ୍ଚିତା

0 222

ଭୁବନେଶ୍ୱର: ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ମୁକ୍ତି ପ୍ରତୀକ୍ଷାରେ ଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି  ବୟ ୨’ରେ ଡେଲିଭରି ଗର୍ଲ  ‘ପଲ୍ଲବୀ’ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । ଏ ଫିଲ୍ମରେ ଦେଖିବାକୁ ମିଳିବ  ଘର, ପରିବାର ଓ ସ୍ୱପ୍ନ ପାଇଁ ତାଙ୍କ ସଂଘର୍ଷର କଥା । 

hiring

ଅର୍ଚ୍ଚିତା କହିଛନ୍ତି, ଏ ଚରିତ୍ର ତାଙ୍କର  ହୃଦୟ ସହ ଜଡ଼ିତ । ସେ କେବଳ ଗ୍ରାହକଙ୍କୁ ଖାଦ୍ୟ ଯୋଗାଉନାହାନ୍ତି, ଏ ପେସା  ମାଧ୍ୟମରେ ସେ ନିଜ ପରିବାର ପାଇଁ ବୋହି ଆଣୁଛନ୍ତି ଆଶା ଓ ଭରସା । ଡେଲିଭରି  ଗର୍ଲ ଭାବେ କାମ କରି ସେ ପରିବାର ଚଳାଇବା ସହ ବ୍ୟକ୍ତିଗତ ସ୍ୱପ୍ନକୁ ବଞ୍ଚାଇ  ରଖିବା ପାଇଁ ସଂଘର୍ଷ କରୁଛନ୍ତି । ଏହି ଚରିତ୍ରରେ ତାଙ୍କର ଅଭିନୟ ମହିଳାଙ୍କ  ଆତ୍ମବିଶ୍ୱାସ ଓ ମନୋବଳ ବଢ଼ାଇବ ବୋଲି କଥାବାର୍ତ୍ତାବେଳେ କହିଥିଲେ ଅର୍ଚ୍ଚିତା । ଫିଲ୍ମରେ ଅର୍ଚ୍ଚିତାଙ୍କ ସହ-ଅଭିନେତା ଭାବେ ଦେଖିବାକୁ  ମିଳିବେ ଶୈଳେନ୍ଦ୍ର । ଏହି ଦୁଇଜଣ ଡେଲିଭରି ପର୍ସନ୍‌ଙ୍କ କାହାଣୀ  ଦ୍ୱାରା ସମାଜରେ ଖାଦ୍ୟ ଡେଲିଭରି କରୁଥିବା ମହିଳାଙ୍କ ସମସ୍ୟା,  ସଂଘର୍ଷ ଓ ଅଦୃଶ୍ୟ ଦୁଃଖକୁ ସମସ୍ତଙ୍କ ସାମ୍ନାକୁ  ଆଣିବାକୁ ଚେଷ୍ଟା କରାଯାଇଛି । ହସ, ଲୁହ,  ସଂଘର୍ଷ ଓ ସ୍ୱପ୍ନଭରା ଏହି କାହାଣୀ ପରିବାର  ଓ ଦାୟିତ୍ୱକୁ ନେଇ ଦର୍ଶକଙ୍କୁ ଭାବୁକ କରିଦେବ । ଶୈଳେନ୍ଦ୍ର ଓ ଅର୍ଚ୍ଚିତାଙ୍କ  ବ୍ୟତୀତ ଏ ଫିଲ୍ମର ଅନ୍ୟାନ୍ୟ  ଚରିତ୍ରରେ ବୁଦ୍ଧାଦିତ୍ୟ,  ଶ୍ରୀତମ ଦାସ, ପ୍ରିୟମ୍ବଦା,  ପୁପିନ୍ଦର ଓ ସଣ୍ଟୁ ନିଜେ ପ୍ରମୁଖ ଅଭିନୟ  କରିଛନ୍ତି । ଜ୍ୟୋତିରଞ୍ଜନ  ମହାନ୍ତି ଏ ଫିଲ୍ମର ପ୍ରଯୋଜକ  ଥିବାବେଳେ ନିର୍ଦ୍ଦେଶନା  ଦେଇଛନ୍ତି ଅଶ୍ୱିନ ତ୍ରିପାଠୀ । ଫିଲ୍ମର ରିଲିଜ୍‌ ତାରିଖ ଶୀଘ୍ର ଘୋଷଣା  କରାଯିବ ।

hiranchal ad1
Leave A Reply

Your email address will not be published.

19 + fourteen =