ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ

0 47

ସମ୍ବଲପୁର ସମ୍ବଲପୁର ଜିଲ୍ଲା ଦୌରାଜଜ୍ କୋର୍ଟକୁ ପୁଣି ଥରେ ବୋମା ଧମକ ମିଳିଛି। ବୋମା ଧମକ ମିଳିବା ପରେ ଘଟଣାସ୍ଥଳରେ ପୁଲିସ୍‌ ଏବଂ ବମ୍ ସ୍କ୍ଵାଡ୍ ପହଞ୍ଚି ଯାଞ୍ଚ କରୁଛି। କିଏ ଧମକ ଦେଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ମିଳିଥିଲା । ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସାରା ରାଜ୍ୟରେ ଚହଳ ଖେଳିଯାଇଥିଲା। କଟକ, ପୁରୀ, ସମ୍ବଲପୁର ଏବଂ ଫୁଲବାଣୀ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଥିଲା । କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ପୁଲିସ୍‌ ତୁରନ୍ତ କୋର୍ଟ ପରିସରକୁ ଖାଲି କରିବା ସହ ବୋମା ନିଷ୍କ୍ରିୟକାରୀ ଦଳ ସାହାଯ୍ୟରେ ଖାନତଲାସୀ ଆରମ୍ଭ କରିଥିଲା ।

hiranchal ad1
Leave A Reply

Your email address will not be published.

7 − six =