କରୋନା କଟକଣା ହଟାଇବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ

0 91

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବାପେକ୍ଷା ବହୁମାତ୍ରାରେ ହ୍ରାସ ପାଇଛି । ଏବେ ଦେଶରେ ଦୈନିକ ପଜିଟିଭ ସଂଖ୍ୟା ୩୦ ହଜାର ତଳକୁ ଖସି ଆସିଲାଣି । ତେବେ ଏହା ସତ୍ତେ୍ୱ କେତେକ ରାଜ୍ୟ ବିଭିନ୍ନ ଆଳରେ ଅତିରିକ୍ତ କଟକଣା ଲାଗୁ କରିଛନ୍ତି,ଯାହା କି ଠିକ ନୁହେଁ । ଏହି କଟକଣାକୁ ହଟାଇବା ଲାଗି କେନ୍ଦ୍ର ସରକାର ଆଜି ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ଚିଠି ଲେଖାଯାଇଛି । ଗତ ସପ୍ତାହ ଠାରୁ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେଣୁ ଏବେ ଆଉ ଅତିରିକ୍ତ କଟକଣାର ଆବଶ୍ୟକତା ନଥିବା କେନ୍ଦ୍ର ସରକାର କହିଛନ୍ତି । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଚିଠି ଲେଖି କହିଛନ୍ତି ଯେ ସ୍ଥାନୀୟ ଅଧିକାରୀମାନେ ସ୍ଥିତିର ସମୀକ୍ଷା କରନ୍ତୁ କିମ୍ବା ଅତରିକ୍ତ କୋଭିଡ କଟକଣା-୧୯ କଟକଣା ପ୍ରତ୍ୟାହାର କରନ୍ତୁ । ଏବେ ସମଗ୍ର ଦେଶରେ କରୋନା ଗ୍ରାଫ ତଳମୁହାଁ ହୋଇଛି । ତେଣୁ ରାଜ୍ୟ ଗୁଡିକ ତଦ୍‌ନୁଯାୟୀ ପଦକ୍ଷେପ ନିଅନ୍ତୁ । ୨୦୨୨ ଜାନୁଆରୀ ୨୧ ପରଠାରୁ ଦେଶରେ ନିୟମିତ ଭାବେ ସଂକ୍ରମଣ ହ୍ରାସ ପାଉଛି । ଗତ ସପ୍ତାହରେ କରୋନାର ଦୈନିକ ସଂକ୍ରମଣ ହାର ୫୦,୪୭୬ ଥିଲା । ହେଲେ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ୨୭,୪୦୯ ରହିଛି । ଫେବୃଆରୀ ୧୫ରେ ଦୈନିକ ପଜିଟିଭିଟି ରେଟ୍‌ ୩.୩୬%କୁ ଖସି ଆସିଛି । ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାରମାନେ ଲୋକଙ୍କ ଯାତାୟାତ ଓ ଆର୍ଥିକ କାରବାରକୁ କ୍ଷତି ପହଞ୍ଚାଉଥିବା ଭଳି ଅତିରିକ୍ତ କଟକଣା ଲାଗୁ କରିବା ଉଚିତ ନୁହେଁ । ଯଦି କୌଣସି କଟକଣା ଲାଗୁ ହୋଇଛି, ତା’ହେଲେ ଏଗୁଡିକ ରାଜ୍ୟ ସରକାରମାନେ ପ୍ରତ୍ୟାହାର କରି ନିଅନ୍ତୁ । ତେବେ ଚିଠିରେ ରାଜ୍ୟଗୁଡିକୁ ଦୈନିକ ସଂକ୍ରମଣର ସମୀକ୍ଷା ପୂର୍ବଭଳି କରିବାକୁ ପରାମର୍ଶ ଦିଆଯାଇଛି ।

hiring

hiranchal ad1
Leave A Reply

Your email address will not be published.

5 − two =