ନକ୍ସଲଙ୍କ ଗୁଳିର ଶିକାର ହୋଇଥିଲେ ପିତା, ଝିଅ ଏବେ ଜିତିଲେ ମିସ୍‌ ଇଣ୍ଡିଆ ଟାଇଟଲ

0 150

ବସ୍ତର : ଛତିଶଗଡର ବସ୍ତର ଜିଲ୍ଲାର ଚିତ୍ର ବର୍ତ୍ତମାନ ବଦଳୁଛି । ଏଠାରେ ଥିବା ଯୁବକମାନେ ଦେଶ ତଥା ବିଶ୍ୱରେ ନିଜକୁ ପରିଚତ କରାଇବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି । କ୍ରୀଡା, ଶିକ୍ଷା ଏବଂ ମନୋରଞ୍ଜନ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଏଠାକାର ଯୁବକଯୁବତୀମାନେ ସେମାନଙ୍କର ଭାଗ୍ୟ ଲେଖୁଛନ୍ତି । ବର୍ତ୍ତମାନ ଏଠାରେ ଥିବା ଏକ ଛୋଟ ଗାଁର ଝିଅ ଗ୍ଲାମର ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି । ଲିପି ମେଶ୍ରମ ଖୁବ୍‌ କମ୍‌ ବୟସରେ ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତିଛନ୍ତି । ଗୋଆରେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ବସ୍ତର ତଥା ଛତିଶଗଡ ରାଜ୍ୟ ପ୍ରଥମ ଯୁବତୀ ଭାବେ ଲିପି ମେଶ୍ରମ ଏହି ଟାଇଟଲ୍‌ ଜିତିଛନ୍ତି ।

hiring


ଲିପିଙ୍କ ପିତା ଏକଦା ‘ଲାଲ ଆତଙ୍କ’ ଅର୍ଥାତ୍‌ ନକ୍ସଲମାନଙ୍କ ଶିକାର ହୋଇଥିଲେ । ୨୦୦୯ରେ ଲିପିଙ୍କ ପିତା ଲାଉଣ୍ଡିଗୁଡାସ୍ଥିତ ଘର ସାମ୍ନାରେ ନକ୍ସଲମାନଙ୍କ ଦ୍ୱାରା ଗୁଳିମାଡର ଶିକାର ହୋଇଥିଲେ । ଲିପିଙ୍କ ବାପା ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ବାପାଙ୍କ ମୃତ୍ୟୁ ପରେ ମାଆ ନିଜ ପିଲାମାନଙ୍କୁ ଜୀବନ ବଞ୍ଚାଇବା ପାଇଁ ସ୍ୱାଧୀନତା ଦେଇଥିଲେ ଏବଂ ଆଜି ଲିପି ତାଙ୍କର ମାଆଙ୍କର ସ୍ୱପ୍ନକୁ ସାକର କରି ଲାଲ ବାହିନୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ।
ଏହି ପ୍ରତିଯୋଗିତାରେ ଲିପି ଦେଶର ବିଭିନ୍ନ ସ୍ଥାନରୁ ୩୦ ଅଂଶଗ୍ରହଣକାରୀଙ୍କୁ ପରାସ୍ତ କରି ଏହି ମୁକୁଟ ନେଇଛନ୍ତି । ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଲିପି କହିଛନ୍ତି ଯେ ଏକ ଭଲ ସ୍ଥିତିକୁ ଆସିବା ଅତ୍ୟନ୍ତ ଜରୁରୀ ଅଟେ । ସେ କହିଛନ୍ତି, ‘ମୋର ମଧ୍ୟ ଏକ ସ୍ୱପ୍ନ ଥିଲା ଏବଂ ମୁଁ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ କଠିନ ପରିଶ୍ରମ କରିଥିଲି । ବସ୍ତରର ଏକ ଗ୍ରାମାଞ୍ଚଳରୁ ବାହାରକୁ ଆସିବା ସହ ସହରୀ ପରିବେଶକୁ ନିୟନ୍ତ୍ରଣ କରିବା ମୋ ପାଇଁ କଷ୍ଟକର ଥିଲା ।


କିନ୍ତୁ ପରିବାରର ସମର୍ଥନ ଏବଂ ସାଙ୍ଗମାନଙ୍କ ଉତ୍ସାହ ମୋତେ ଶକ୍ତି ପ୍ରଦାନ କରିଥିଲା । ମୁଁ ଭିଲାଇରେ ପହଞ୍ଚିଲି ଏବଂ ଗ୍ଲାମରସ୍‌ ଷ୍ଟୁଡିଓରେ ଯୋଗଦେବା ପରେ ମୁଁ ମୋର ସ୍ୱପ୍ନ ପୂରଣ କରିବାକୁ ଲାଗିଥିଲି । ଗୋଆରେ ଏହି ପ୍ରତିଯୋଗିତାରେ ପହଞ୍ଚିବା ପରେ ମୁଁ ଏହି ଟାଇଟଲ୍‌ ହାସଲ କରିଛି ।
ଲିପି ଆଇଏଏସ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଛତିଶଗଡର ଏହି ଝିଅ ବର୍ତ୍ତମାନ ଚଳଚ୍ଚିତ୍ର ଜଗତରେ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି । ସେ ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ଅଡିସନ ପାଇଁ ପ୍ରସ୍ତୁତ ହେଉଛନ୍ତି । ମିସ୍‌ ଇଣ୍ଡିଆ ଲିପି ମେଶ୍ରମ ମଧ୍ୟ ଜଣେ ସାମାଜିକ କର୍ମୀ ଏବଂ ଗାୟକ । ତାଙ୍କର ଭଲ କାର୍ଯ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ବସ୍ତରର ରାଷ୍ଟ୍ରଦୂତ ମଧ୍ୟ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

14 − six =