ଅଲୁ ଅର୍ଜୁନ-ସ୍ନେହାଙ୍କ ଲଭଷ୍ଟୋରୀ, ପ୍ରଥମ ଦେଖାରେ ହୋଇଥିଲା ପ୍ରେମ

0 97

ହାଇଦ୍ରାବାଦ : ପୁଷ୍ପା ଷ୍ଟାର ଅଲୁ ଅର୍ଜନ ଏବେ ସାରା ଦେଶରେ ପରିଚିତ ନାମ । ତାଙ୍କର କ୍ରେଜ ଏବେ ବିଦେଶ ପର୍ଯ୍ୟନ୍ତ ମଧ୍ୟ ଲମ୍ବିବାରେ ଲାଗିଛି । ନିକଟରେ ରିଲିଜ ହୋଇଥିଲା ପୁଷ୍ପା ଫିଲ୍ମକୁ ନେଇ ସେ ଏବେ ଘରେ ଘରେ ପରିଚିତ । ତାଙ୍କର ଡ୍ୟାନ୍ସକୁ ଏବେ ଦେଶ ତଥା ବିଦେଶର ନକଲ କରୁଥିବା ଦେଖିବାକୁ ମିଳୁଛି । ଅଲୁ ଅର୍ଜୁନଙ୍କ ଅଧିକାଂଶ ଚଳଚ୍ଚିତ୍ର ହିଟ୍‌ ହୋଇଥାଏ । ତାଙ୍କର ବହୁ ପ୍ରଶଂସକ ରହିଛନ୍ତି । ତାଙ୍କର ବୃତ୍ତିଗତ ଜୀବନ ସହିତ, ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ । ସ୍ନେହା ରେଡ୍ଡୀଙ୍କ ସହ ଅଲୁ ଅର୍ଜୁନଙ୍କର ଏକ ପ୍ରେମ ବିବାହ ହୋଇଥିଲା । ଏହି ବିବାହ ପାଇଁ ତାଙ୍କୁ ଅନେକ ପାମ୍ପଡ ବିକିବାକୁ ପଡିଛି ।
ମାର୍ଚ୍ଚ ୬ ରେ ୨୦୧୧ ମସିହାରେ ସ୍ନେହା ରେଡ୍ଡୀଙ୍କ ସହ ଅଲୁ ଅର୍ଜୁନଙ୍କର ପ୍ରେମ ବିବାହ ହୋଇଥିଲା । ସ୍ନେହା ରେଡ୍ଡୀ ବହୁତ ସୁନ୍ଦର ଏବଂ ସେ ଏହି ପ୍ରସଙ୍ଗରେ ଅଭିନେତ୍ରୀମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରନ୍ତି । ବିବାହ ପରେ ଆଲୁ ଏବଂ ସ୍ନେହା ଦୁଇ ସନ୍ତାନର ପିତାମାତା ହୋଇଛନ୍ତି । ଦମ୍ପତିଙ୍କ ପୁଅର ନାମ ଅଲୁ ଆୟାନ୍‌ ଏବଂ ଝିଅର ନାମ ଅଲୁ ଆରହା ।

hiring


କିପରି ଆରମ୍ଭ ହେଲା ପ୍ରେମ କାହାଣୀ
ବନ୍ଧୁଙ୍କ ବିବାହରେ ଅଲୁ ପ୍ରଥମ ଥର ପାଇଁ ସ୍ନେହାଙ୍କୁ ଭେଟିଥିଲେ । ପ୍ରଥମ ଦେଖାଲେ ଅଲୁ ସ୍ନେହାଙ୍କ ପ୍ରେମରେ ପଡିଯାଇଥିଲେ । ଦୁହେଁ ପରସ୍ପର ସହ କଥା ହୋଇଥିଲେ ଏବଂ ନମ୍ବର ବିନିମୟ କରିଥିଲେ । ସେତେବେଳେ ସ୍ନେହା ମାଷ୍ଟର ଡିଗ୍ରୀ ସମାପ୍ତ କରିବା ପରେ ଆମେରିକାରୁ ଫେରିଥିଲେ । ସ୍ନେହା ହାଇଦ୍ରାବାଦର ଜଣେ ବ୍ୟବସାୟୀଙ୍କ ଝିଅ । ସେ ସମୟରେ ତେଲଗୁ ସିନେମା ଜଗତରେ ଅଲୁଙ୍କ ନାମ ମଧ୍ୟ ଖୁବ ଜଣାଶୁଣା ଥିଲା । କାରଣ ସେ ସେହି ସମୟରେ ବହୁ ଫିଲ୍ମରେ ଅଭିନୟ କରି ନିଜର ପରିଚୟ ସୃଷ୍ଟି କରିପାରିଥିଲେ ।
ସ୍ନେହାଙ୍କ ପରିବାର ଏହାକୁ ବିରୋଧ କରୁଥିଲେ
ବ୍ୟବସାୟୀଙ୍କ ଝିଅ ଚଳଚ୍ଚିତ୍ର ତାରକାଙ୍କୁ ବିବାହ କରିବାକୁ ପରିବାର ସଦସ୍ୟ ଅନୁମୋଦନ କରିନଥିଲେ । ଏହି କାରଣରୁ, ସ୍ନେହାଙ୍କ ପରିବାର ଏହି ସମ୍ପର୍କ ପାଇଁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ । କିନ୍ତୁ ଅଲୁ ଏବଂ ସ୍ନେହା ପରସ୍ପରକୁ ଛାଡିବାକୁ ଚାହୁଁନଥିଲେ । ସ୍ନେହାଙ୍କ ପରିବାରକୁ ମନାଇବାକୁ ଅଲୁଙ୍କ ବହୁ ପରିଶ୍ରମ କରିବାକୁ ପଡିଥିଲା । ଶେଷରେ ତାଙ୍କ ପରିବାର ବିବାହ ପାଇଁ ରାଜି ହୋଇଥିଲେ । ତା’ପରେ ଅଲୁ ଅର୍ଜୁନ ତାଙ୍କ ଲେଡି ପ୍ରେମକୁ ବିବାହ କରିଥିଲେ ।
ସ୍ନେହା ରେଡ୍ଡୀଙ୍କର ବହୁ ପ୍ରଶଂସକ ଅଛନ୍ତି
ସ୍ନେହା ଏବଂ ଅଲୁ ଅର୍ଜୁନଙ୍କ ବିବାହର ଏତେ ବର୍ଷ ପରେ ମଧ୍ୟ ଏହି ଦମ୍ପତିଙ୍କ ମଧ୍ୟରେ ଅପାର ପ୍ରେମ ଅଛି । ପ୍ରାୟତଃ ଉଭୟ ଏକାଠି ଫଟୋ ସେୟାର୍‌ କରନ୍ତି । ଅନ୍ୟ ପଟେ ସ୍ନେହାଙ୍କ ଇନଷ୍ଟା ପ୍ରଶଂସକଙ୍କ ସଂଖ୍ୟା ବହୁତ । ତାଙ୍କର ପ୍ରତ୍ୟେକ ପୋଷ୍ଟକୁ ପ୍ରଶଂସକମାନେ ଲାଇକ୍‌ କରିଥାନ୍ତି ।

hiranchal ad1
Leave A Reply

Your email address will not be published.

one × 4 =