ସାରା ତେନ୍ଦୁଲକରଙ୍କୁ ଡେଟ୍ କରୁଛନ୍ତି ଏହି ବଲିଉଡ ଷ୍ଟାର

0 259

 ‘ଗଲି ବୟ’, ‘ଗେହରାଇୟାଁ’, ‘ବଣ୍ଟି ଔର ବବ୍‌ଲି-୨’ ଭଳି ଫିଲ୍ମରେ ନଜର ଆସିସାରିଥିବା ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ନାମ ଦୀର୍ଘ ଦିନ ଧରି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କ ସହ ଯୋଡ଼ା ଯାଉଥିଲା । କିନ୍ତୁ କିଛି ମାସ ତଳେ ସେମାନେ ଅଲଗା ହୋଇସାରିଥିବାର ଖବର ସାମ୍ନାକୁ ଆସିଥିଲା । ଏବେ ସିଦ୍ଧାନ୍ତ ସାରା ତେନ୍ଦୁଲକରଙ୍କୁ ଡେଟ୍‌ କରୁଥିବା କୁହାଯାଉଛି ।

hiring

ରିପୋର୍ଟ ଅନୁସାରେ, ସଚିନ୍‌ ତେନ୍ଦୁଲକରଙ୍କ ଝିଅ ସାରା ଓ ସିଦ୍ଧାନ୍ତଙ୍କ ମଧ୍ୟରେ ଘନିଷ୍ଠତା ବେଶ୍‌ କିଛି ଦିନ ହେଲା ବଢ଼ିଛି । ପ୍ରେମୀ ଯୁଗଳଙ୍କୁ ଅନେକ ଉତ୍ସବରେ ଏକାଠି ଦେଖିବାକୁ ମିଳୁଛି । ନିକଟରେ ସେମାନଙ୍କୁ ଏକ ଫିଲ୍ମ ସହ ଜଡି଼ତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଏହାପରେ ଉଭୟ ଡେଟ୍‌ କରୁଥିବା ଖବର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ତେବେ ସଂପର୍କ ପ୍ରାଥମିକ ପର୍ଯ୍ୟାୟରେ ଥିବାରୁ ସେମାନେ ଏଥିନେଇ ମୁହଁ ଖୋଲୁନଥିବା ଉଭୟଙ୍କ ସହ ଘନିଷ୍ଠ ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି ।

ସିଦ୍ଧାନ୍ତଙ୍କୁ ଶେଷଥର ଲାଗି ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଥିବା ‘ଖୋ ଗୟେ ହମ୍‌ କହାଁ’ରେ ଦେଖିବାକୁ ମିଳିଥିଲା । ଆଗକୁ ତାଙ୍କୁ ‘ଧଡ଼କ୍‌-୨’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ବିପକ୍ଷରେ ‘ଆନିମଲ୍‌’ ଫେମ୍‌ ତୃପ୍ତି ଡିମ୍‌ରି ନଜର ଆସିବେ ।

hiranchal ad1
Leave A Reply

Your email address will not be published.

sixteen − 1 =