ସୁଷମା ସ୍ୱରାଜଙ୍କ ଶେଷକୃତ୍ୟ ସମ୍ପନ୍ନ

0 587

ନୂଆଦିଲ୍ଲୀ: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ଏବଂ ଜଣେ ଖ୍ୟାତିସମ୍ପନ୍ନ ରାଷ୍ଟ୍ରନୀତିଜ୍ଞ ସୁଷମା ସ୍ୱରାଜଙ୍କର ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟ ପାଇଁ ତାଙ୍କୁ ଶୋଭାଯାତ୍ରାରେ ନିଆଯାଉଥିବା ବେଳେ ଏକ ଅଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା । ଅନ୍ତିମ ଯାତ୍ରା ସମୟରେ ତାଙ୍କର ସେହି ତେଜିୟାନ୍ ଭାବ ମୁଖମଣ୍ଡଳରେ ଦେଖିବାକୁ ମିଳିଥିଲା । ମଥାରେ ନାଲୀ ବିନ୍ଦି, ନାଲୀ ଶାଢ଼ୀ, ତ୍ରିରଙ୍ଗାରେ ଢାଙ୍କି ହୋଇ ସେ ଶେଷଯାତ୍ରା କରିଥିଲେ । ବିଜେପି କାର୍ଯ୍ୟାଳୟରୁ ଲୋଧି ରୋଡସ୍ଥିତ ଶବଦାହ ଗୃହ ଅଭିମୁଖେ ତାଙ୍କର ଶେଷଯାତ୍ରା ବାହାରିଥିଲା । ସେଠାରେ ତାଙ୍କର ଅନ୍ତ୍ୟେଷ୍ଟି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସକାଳେ ଜନ୍ତରମନ୍ତରସ୍ଥିତ ସୁଷମାଙ୍କ ନିବାସରେ ଥିବା ତାଙ୍କର ମରଶରୀର ରଖାଯାଇଥିଲା । ବିଭିନ୍ନ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ସେଠାରେ ପହଞ୍ଚି ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ । ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ଶେଷକୃତ୍ୟ ରୀତି ସମ୍ପନ୍ନ ହୋଇଥିଲା । ଶବ ସତ୍କାର ବେଳେ ବିଭିନ୍ନ ସ୍ଲୋଗାନରେ ଗଗନପବନ ପ୍ରକମ୍ପିତ ହୋଇଥିଲା । ତାଙ୍କୁ ତାଙ୍କର ପ୍ରଶଂସକ, ସମର୍ଥକ ଓ ନେତାମାନେ ବିଭିନ୍ନ ନାମରେସମ୍ବୋଧିତ କରିଥିଲେ । ଶବଧାରରେ ବିଜେପିର ବହୁ ତୁଙ୍ଗ ନେତାଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କ ଶେଷ ଦର୍ଶନ ପାଇଁ ବିଜେପି କାର୍ଯ୍ୟାଳୟ ଏବଂ ସୁଷମାଙ୍କ ବାସଭବନରେ ଆଜି ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା । ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ବିଜେପି କାର୍ଯ୍ୟାଳୟରୁ ତାଙ୍କର ପାର୍ଥିବ ଶରୀରକୁ ଗାଡ଼ିକୁ ନିଆଯିବା ବେଳେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ କାନ୍ଧରେ ସୁଷମାଙ୍କର ପାର୍ଥିବ ଶରୀରକୁ ବୋହି ଗାଡ଼ି ପର୍ଯ୍ୟନ୍ତ ନେଇଯାଇଥିଲେ । ଏହି ସମୟରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ପିୟୁଷ ଗୋଏଲ୍ ମଧ୍ୟ ସୁଷମାଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଇଥିଲେ । ଆଜି ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସବୁ ବରିଷ୍ଠ ରାଜନେତା ସୁଷମାଙ୍କୁ ଶେଷ ଦର୍ଶନ କରିବା ବେଳେ ଏକ ଅଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ଓ ବିଜେପିର ବହୁ ନେତା ବାଷ୍ପରୁଦ୍ଧ ହୋଇଯାଇଥିଲେ । ସମସ୍ତେ ନିର୍ବାକ । ପରିବେଶ ଅତ୍ୟନ୍ତ ଗମ୍ଭୀର ଓ ଭାବଦ୍ୱିପକ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ୍ ଭାବପ୍ରବଣ ହୋଇଉଠିଥିଲେ । ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ସେ ସୁଷମାଙ୍କ ସ୍ୱାମୀ ସୋରାଲ୍ କୌଶଲଙ୍କୁ ଭେଟିଥିଲେ । ଏହି ସମୟରେ ମୋଦିଙ୍କ ଆଖି ଲୁହରେ ଜକେଇ ଆସିଥିଲା । କ୍ୟାମେରା ଲେନ୍ସରେ ମୋଦିଙ୍କ ଆଖିରେ ଥିବା ସେହି ଲୁହ ଆସିଯାଇଥିଲା । କୌଶଲ ମଧ୍ୟ କାନ୍ଦିବା ଆରମ୍ଭ କରିଦେଇଥିଲେ । କେବଳ ମୋଦି ନୁହଁନ୍ତି, ତୁଙ୍ଗ ନେତା ଲାଲକୃଷ୍ଣ ଆଡ଼ଭାନୀ ମଧ୍ୟ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ବେଳେ କାନ୍ଦି ପକାଇଥିଲେ । ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ରାମଗୋପାଳ ଯାଦବ ମଧ୍ୟ ସେଠାରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ପ୍ରକାଶଥାଉକି, ଗତକାଲି ସନ୍ଧ୍ୟାରେ ସୁଷମାଙ୍କୁ ହଠାତ୍ ହୃଦ୍ଘାତ ହେବାରୁ ସଂଗେ ସଂଗେ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭର୍ତ୍ତି ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଖବର ଆସିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।

hiranchal ad1
Leave A Reply

Your email address will not be published.

7 − three =