ସୁଷମା ସ୍ୱରାଜଙ୍କୁ କ୍ରୀଡ଼ା ଜଗତର ଶ୍ରଦ୍ଧାଞ୍ଜଳି : ସେ ଥିଲେ ଲୋକଙ୍କ ନେତ୍ରୀ

0 564

ନୂଆଦିଲ୍ଲୀ: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ତୁଙ୍ଗ ନେତ୍ରୀ ସୁଷମ ସ୍ୱରାଜଙ୍କ ବିୟୋଗରେ କ୍ରୀଡ଼ା ଜଗତ ମଧ୍ୟ ସ୍ତମ୍ଭୀଭୂତ ହୋଇଛି । ତାଙ୍କ ମୃତ୍ୟୁ ସମଗ୍ର କ୍ରୀଡ଼ା ଜଗତକୁ ଶୋକାଭିଭୂତ କରିଛି । କ୍ରୀଡ଼ା ଜଗତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛି ଯେ, ସୁଷମା ସ୍ୱରାଜ କେବଳ ଜଣେ ରାଜନେତା ନଥିଲେ, ସେ ବାସ୍ତବରେ ଥିଲେ ଜଣେ ଗଣନେତା । ତାଙ୍କୁ ରାଜନେତା କୁହାଯିବା ଅପେକ୍ଷା ଲୋକଙ୍କର ନେତା ବୋଲି କୁହାଗଲେ ଅଧିକ ସମିଚୀନ ହେବ । ଭାରତର ଲେଗ୍ ସ୍ପିନର ପୁନମ ଯାଦବ କହିଛନ୍ତି ଯେ, ସୁଷମ ଥିଲେ ଲୋକଙ୍କର ନେତା । ସେ ଜନସାଧାରଣଙ୍କ ପାଇଁ ଅନେକ ଉଲ୍ଲେଖନୀୟ ଓ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି; କିନ୍ତୁ ଏଭଳି ଭଲ ଲୋକଙ୍କୁ ଭଗବାନ ଶୀଘ୍ର ନେଇଗଲେ । ତାଙ୍କଭଳି ଜଣେ ନେତା ଖୁବ୍ କ୍ୱଚିତ୍ ଦେଖିବାକୁ ମିଳିବେ ।

ଛଅଥର ବିଶ୍ୱ ଚାମ୍ପିୟନ୍ ହୋଇଥିବା ଭାରତୀୟ ମହିଳା ବକ୍ସର ମ୍ୟାରୀକମ୍ କହିଛନ୍ତି ଯେ, ମୁଁ ତାଙ୍କର ପରଲୋକରେ ଅତ୍ୟନ୍ତ ମର୍ମାହତ । ତାଙ୍କଭଳି ଜଣେ ଦୃଢ଼ମନା ଓ ମାନବିକ ଗୁଣସମ୍ପନ୍ନ ବ୍ୟକ୍ତି ଖବୁ୍ କ୍ୱଚିତ୍ ଦେଖିବାକୁ ମିଳେ ।

hiring

ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି । ଅଲିମ୍ପିକ୍ ଚାମ୍ପିୟନ୍ ଅଭିନବ ବିନ୍ଦ୍ରା କହିଛନ୍ତି ଯେ, ସୁଷମା ସ୍ୱରାଜ ଭାରତୀୟ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଅନେକ ସମୟରେ ବଳିଷ୍ଠ ପଦକ୍ଷେପ ନେଇ ତାଙ୍କ ମାନବୀୟ ଗୁଣର ପରିଚୟ ଦେଇଛନ୍ତି । ଏଭଳି ଏକ ଦୁଃଖଦ ସମୟରେ ତାଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ସେ କାମନା କରିଛନ୍ତି ।

ସେହିପରି, ରେସଲର ବବିତା ଫୋଗତ ଶୋକପ୍ରକାଶ କରି କହିଛନ୍ତି ଯେ, ଭାରତ ଜଣେ ଦକ୍ଷ ନେତ୍ରୀଙ୍କୁ ହରାଇଲା । ସେ କେବଳ ଜଣେ ବ୍ୟକ୍ତିବିଶେଷ ନୁହଁନ୍ତି, ତାଙ୍କୁ ଏକ ଶିକ୍ଷାନୁଷ୍ଠାନ ବୋଲି କୁହାଯାଇପାରେ ।

ଭାରତୀୟ ରେସଲର ସୁଶୀଲ୍ କୁମାର କହିଛନ୍ତି ଯେ, ତାଙ୍କର ମୃତ୍ୟୁ ମୋତେ ଗଭୀର ଭାବରେ ଶୋକାଭିଭୂତ କରିଛି । ତାଙ୍କ ମୃତ୍ୟୁ ଏକ ଅପୂରଣନୀୟ କ୍ଷତି । ସମସ୍ତଙ୍କ ମଙ୍ଗଳ ପାଇଁ ସେ କାର୍ଯ୍ୟକରି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ ବୋଲି ସୁଶୀଲ କହିଛନ୍ତି ।

hiranchal ad1
Leave A Reply

Your email address will not be published.

1 + 11 =