ମଙ୍ଗଳବାରରେ ହନୁମାନଙ୍କୁ ପୂଜା କରନ୍ତୁ

0 638

ମଙ୍ଗଳବାର ଭଗବାନ ହନୁମାନଙ୍କ ଦିନ । ଏହି ଦିନ କେତେକ ଲୋକ ବ୍ରତ ମଧ୍ୟ କରିଥାନ୍ତି । ମଙ୍ଗଳବାର ମଙ୍ଗଳ ଗ୍ରହକୁ ଶାନ୍ତ କରିବା ପାଇଁ ବିଭିନ୍ନ ପୂଜା ମଧ୍ୟ କରାଯାଇଥାଏ । କୁହାଯାଏ କି ଏହି ପୂଜା ଦ୍ୱାରା ଜମି ସମ୍ବନ୍ଧିତ କାର୍ଯ୍ୟରେ ବିଶେଷ ଲାଭ ମିଳିପାରେ ଏବଂ ଆପଣଙ୍କ ଉପରେ ପ୍ରଭୂ ହନୁମାନଙ୍କ ବିଶେଷ କୃପା ରହିଥାଏ । ଏହି ଦିନ କୋ÷ଣସି କାମ ଆରମ୍ଭ କଲେ ତାହା ଶୁଭଫଳ ପ୍ରଦାନ କରିଥାଏ, କାରଣ ସନାତନ ଧର୍ମରେ ମଙ୍ଗଳକୁ ପବିତ୍ର ଏବଂ ଶୁଭ ମନାଯାଏ । ଜ୍ୟୋତିଷ ମଙ୍ଗଳକୁ ଉର୍ଜାର କାରକ ମାନିଥାନ୍ତି । ମାନ୍ୟତା ରହିଛି, ସଙ୍କଟ ସମୟରେ ଆପଣଙ୍କ ଉର୍ଜା କମିଯାଏ । ଯଦି ଆପଣ ସଙ୍କଟ ସମୟରେ ମଙ୍ଗଳବାର ଦିନ ସନିମାନଙ୍କୁ ପ୍ରସନ୍ନ କରିବା ପାଇଁ ବିଶେଷ ଉପାୟ କରନ୍ତି ତେବେ କିଛି ସମୟ ମଧ୍ୟରେ ଆପଣଙ୍କ ଭାଗ୍ୟ ବଦଳିପାରେ ଏବଂ ଆପଣଙ୍କ କଷ୍ଟର ନିବାରଣ ହୋଇାପାରିବ । ଜାଣନ୍ତୁ ଏଭଳି ଉପାୟ ବିଷୟରେ ଯାହାକି ଆପଣଙ୍କ ସବୁ ମନୋକାମନା ପୁରା କରିବା ସହିତ ସବୁ କଷ୍ଟରୁ ମୁକ୍ତି ମିଳିପାରିବ ।

hiring


ମଙ୍ଗଳବାର ଦିନ ରାମ ମନ୍ଦିର ଯାଆନ୍ତୁ, କାମ ପୁରା ହେବ
୧. ଆପଣ ମଙ୍ଗଳବାର ଦିନ ରାମ ମନ୍ଦିର ଯାଆନ୍ତୁ ଏବଂ ଡାହାଣ ହାତ ଆଙ୍ଗୁଠିରେ ହନୁମାନଙ୍କ ମଥାରୁ ସିନ୍ଦୁର ଆଣି ସୀତା ମାତାଙ୍କ ଶ୍ରୀଚରଣରେ ଲଗାନ୍ତୁ । ଏହାଦ୍ୱାରା ଆପଣଙ୍କ ସମସ୍ତ ମନୋକାମନା ପୁରା ହୋଇଯିବ ।
୨. ମଙ୍ଗଳବାର ସକାଳେ ଗୋଟେ ସୂତାର ତଳେ ୪ଟି ଲଙ୍କା ସହ ଗୋଟେ ଲେମ୍ବୁ ବାନ୍ଧି ତା ଉପରେ ପୁଣି ଆଉ ୩ଟି ଲଙ୍କା ବାନ୍ଧି ଘର କିମ୍ବା ଦୋକାନ ସାମନାରେ ଓହଳେଇ ଦିଅନ୍ତୁ । ଏହାଦ୍ୱାରା ନକରାତ୍ମକ ଦୂର ହୋଇ ସକରାତ୍ମକର ଆବିର୍ଭାବ ହେବ ।
୩. ଯଦି କାହାର ନଜର ଲାଗିଛି ତେବେ ମଙ୍ଗଳବାର ଦିନ କଳା ରାଶି, ଗହମ ଅଟା ଏବଂ ତେଲ ମିଶାଇ ଅଟା ଚକଟନ୍ତୁ । ତାପରେ ସେହି ଅଟାରେ ଗୋଟେ ରୁଟି ବନେଇ ତାଉପରେ ତେଲ ଓ ଗୁଡ଼ ଲଗାଇ ଯାହାକୁ ନଜର ଲାଗିଛି ତାଉପରେ ସାତ ଥର ବୁଲେଇ ମଇଁଷିକୁ ଖୁଆନ୍ତୁ । ଏହାଦ୍ୱାରା ତାର ନଜର ଛାଡ଼ିଯିବ । ଏହି ଉପାୟ ଆପଣ ଶନିବାରକୁ ମଧ୍ୟ କରିପାରିବେ ।
୪. ପ୍ରେତ-ବାଧାରୁ ମୁକ୍ତି ପାଇବାକୁ ହେଲେ ଶନିବାର ଅଥବା ମଙ୍ଗଳବାର ସନ୍ଧ୍ୟାରେ ଲାଲ୍ କପଡ଼ାରେ ଟିକେ ସିନ୍ଦୁର, ତମ୍ବାର ପଇସା ଏବଂ କଳା ରାଶି ରଖି ପୁଟୁଳି କରି ବାନ୍ଧି ତାକୁ ପ୍ରେତଗ୍ରସ୍ତ ବ୍ୟକ୍ତିର ଉପରୁ ୭ଥର ବୁଲେଇ କୋ÷ଣସି ରେଳଲାଇନ ବା ରାସ୍ତାର ଗୋଟେ ପଟରୁ ଅନ୍ୟ ପଟକୁ ଫୋପାଡ଼ି ଦିଅନ୍ତୁ । ଏହା କରୁଥିବା ସମୟରେ ପଛକୁ ମୋଡ଼ି ଦେଖିବେନି କି କାହା ସହ କଥା ହେବେନାହିଁ ।
୫. ଯଦି ଆପଣଙ୍କ ଛୋଟ ଛୁଆ ବେଶି କାନ୍ଦୁଛି ତେବେ ରବିବାର ଅଥବା ମଙ୍ଗଳବାର ଦିନ ନୀଳକଣ୍ଠର ପଙ୍ଖ ନେଇ ଯେଉଁ ପଲଙ୍କରେ ଛୁଆ ଶୋଉଛି ସେଥିରେ ଲଗାଇ ଦିଅନ୍ତୁ । ଏହାଦ୍ୱାରା ତାର କାନ୍ଦ ବନ୍ଦ ହୋଇଯିବ ।
୬. ଯଦି ଆପଣଙ୍କ ଶିଶୁ ଶୋଇଥିବା ସମୟରେ ଅଚାନକ ଡରି ଯିବ ତେବେ ମଙ୍ଗଳବାର ବା ରବିବାର ଦିନ ଫିଟକିରିର ଏକ ଟୁକୁଡ଼ା ଛୁଆ ପାଖରେ ରଖିଦିଅନ୍ତୁ ।
୭. ଯଦି ଆପଣ ହନୁମାନଙ୍କୁ ଖୁସି କରିବାକୁ ଚାହୁଁଛନ୍ତି ତେବେ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ହନୁମାନଙ୍କୁ କେଉଡ଼ା ଫୁଲର ଅତର ଏବଂ ଗୋଲାପ ମାଳ ଚଢ଼ାନ୍ତୁ । ଏହ କଲେ ସେ ଶୀଘ୍ର ଆପଣଙ୍କ ମନୋକାମନା ପୁରା କରିଦେବେ ।
୮. ଆପଣଙ୍କ ଜୀବନର ସବୁ ସମସ୍ୟାର ନିବାରଣ କରିବା ପାଇଁ ପ୍ରତିଦିନ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ରାମ ରକ୍ଷା ସ୍ରୋତର ପଠନ କରନ୍ତୁ । ଆପଣଙ୍କ ସବୁ କଷ୍ଟ ଦୁର ହୋଇଯିବ ।
୯. ଯଦି ଆପଣଙ୍କ ଉପରେ ମଙ୍ଗଳର ଦୋଷ ଲାଗିଛି ତେବେ ମଙ୍ଗଳବାର ଦିନ ନାଲି ମସୁର ଡାଲି କୋ÷ଣସି ଗରିବକୁ ଦାନ କରନ୍ତୁ । ଏହା କଲେ ଆପଣଙ୍କ ମଙ୍ଗଳ ଦୋଷ ଦୂର ହେବ ।
୧୦. ମଙ୍ଗଳ ଗ୍ରହକୁ ପ୍ରସନ୍ନ କରିବା ପାଇଁ ଶିବଲିଙ୍ଗ ଉପରେ କୋ÷ଣସି ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତୁ ।
୧୧. କୋ÷ଣସି ପୋଖରୀ ବା ନଈକୁ ଯାଆନ୍ତୁ ଯେଉଁଠି ମାଛ ଥିବ, ସେଠାରେ ମାଛଙ୍କୁ ଅଟାଗୋଳା ବନେଇ ଖୁଆନ୍ତୁ । ଏହି ଉପାୟ ପଅତିଦିନ କରାଯାଇ ପାରୀିବ । ଏହାଦ୍ୱାରା ଆପଣଙ୍କ ଘରେ ଖୁସିର ଆଗମନ ହେବ ।

hiranchal ad1
Leave A Reply

Your email address will not be published.

two × 4 =