ଝଟକା ଖାଇ ପାକିସ୍ତାନ ବ୍ୟତିବ୍ୟସ୍ତ

0 611


ନୂଆଦିଲ୍ଲୀ : ଭାରତ ସରକାରଙ୍କ ୩୭୦ ଧାରା ଉଚ୍ଛେଦ ପଦକ୍ଷେପ ପାକିସ୍ତାନକୁ ଏଭଳି ଶକ୍ତ ଝଟ୍କା ଦେଇଛି, ଯେଉଁଥିରେ ଏହି ପଡୋଶୀ ଦେଶ ଭୀଷଣ ଭାବରେ ବିବ୍ରତ ଓ ବାଉଳାଚାଉଳା ହୋଇପଡ଼ିଛି । ରାଗରେ ରକ୍ତ ଚାଉଳ ଚୋବାଇଲା ଭଳି ଅବସ୍ଥା ଏହାର ହୋଇଛି । ମାନସିକ ଭାରସାମ୍ୟ ହରାଇ ପାକିସ୍ତାନ କେତେବେଳେ କ’ଣ କରୁଛି ନିଜେ ବି ଜାଣିପାରୁନି । ଗତକାଲି ପାକିସ୍ତାନ ଭାରତ ସହିତ ସମସ୍ତ ପ୍ରକାର କୂଟନୈତିକ , ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଥିଲା । ତା’ସହିତ ଇସଲାମାବାଦରେ ଥିବା ଭାରତୀୟ ଦୂତାବାସକୁ ବନ୍ଦ କରିଦେଇଥିଲା ବେଳେ ଭାରତରୁ ନିଜର ହାଇକମିଶନରଙ୍କୁ ଫେରାଇ ନେଇଥିଲା । ସେହିପରି, ଭାରତ ପାଇଁ ନିଜର ଆକଶପଥକୁ ଏହା ବନ୍ଦ କରିଦେଇଥିଲା । ଏବେ ରେଳପଥ ବି ବନ୍ଦ କରିଦେଇଛି । ଆଜି ପାକିସ୍ତାନ ସରକାର ଏକ ଗୁରତ୍ୱପୂର୍ଣ୍ଣ ବେଠକରେ ଏହି ନିଷ୍ପତ୍ତି ନେଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥୁବା ସମଝୌତା ଏକ୍ସପ୍ରେସ୍କୁ ପାକସ୍ତାନ ସବୁଦିନ ପାଇଁ ବନ୍ଦ କରିଦେଇଛି । ଏ ନେଇ ପାକିସ୍ତାନର ଗଗଣମାଧ୍ୟମରେ ବ୍ୟାପକ ଖବର ପ୍ରକାଶ ପାଇଛି । ସବୁଦିନ ଭଳି ଆଜି ମଧ୍ୟ ସମଝୌତା ଏକ୍ସପ୍ରେସ୍ ଭାରତକୁ ଆସିବାର ଥିଲା; କିନ୍ତୁ ତାହା ଆଜି ଆସିନଥିଲା । ପାକ୍ ରେଳମନ୍ତ୍ରୀ ଶେଖ୍ ରସିଦ୍ ମହମ୍ମଦ ଏହି ଟ୍ରେନର ଚଳାଚଳକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଥିବା ସଂପର୍କରେ ସୂଚନା ଏମ୍ଏଲ୍ ଶର୍ମା ଦାଖଲ କରିଥିବା ପିଟିସନ୍ରେ କହିଛନ୍ତି ଯେ, ବେଆଇନ୍ ଭାବେ ୩୭୦ ଧାରାକୁ ଉଚ୍ଛେଦ କରାଯାଇଛି । ତେଣୁ ସରକାରଙ୍କର ଏହି ନିଷ୍ପତ୍ତିକୁ ରଦ୍ଦ କରାଯାଉ । ସରକାରଙ୍କର ଏଭଳି ନିଷ୍ପତ୍ତି କାଶ୍ମୀର ଲୋକଙ୍କ ପାଇଁ ଏକ ଅନ୍ୟାୟ । ଏହା ଏକ ଏକପାଖିଆ ପଦକ୍ଷେପ । ତେଣୁ ଏହା ଉପରେ ଜରୁରୀ ଶୁଣାଣି କରି ରାୟ ଦେବାକୁ ସେ ଅନୁରୋଧ କରିଥିଲେ । ତେବେ ସୁପ୍ରିମ୍କୋର୍ଟ ଶୁଣାଣି ପାଇଁ ରାଜି ହୋଇଥିଲେ ମଧ୍ୟ ଜରୁରୀ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଗତ ସୋମବାର କେନ୍ଦ୍ର ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇଥିଲେ । ୩୭୦ ଧାରା ଉଚ୍ଛେଦ ପାଇଁ ସରକାର ରାଜ୍ୟସଭାରେ ଜମ୍ମୁ-କାଶ୍ମୀର ପୁର୍ନଗଠନ ବିଲ୍ ଉପସ୍ଥାପନ କରିଥିଲେ । ଯାହା ବହୁ ଭୋଟରେ ଗୃହୀତ ହୋଇଯାଇଥିଲା । ତା’ପରଦିନ ଏହା ଲୋକସଭାରେ ବିପୁଳ ଭୋଟରେ ଅନୁମୋଦିତ ହୋଇଯାଇଥିଲା । ଇତିମଧ୍ୟରେ ଏହି ବିଲ୍କୁ ରାଷ୍ଟ୍ରପତିଙ୍କୁ ସ୍ୱୀକୃତି ମିଳିସାରିଛି । ତେଣୁ ଏବେ ଏହା ଆଇନରେ ପରିଣତ ହୋଇଛି ।

hiranchal ad1
Leave A Reply

Your email address will not be published.

1 × 3 =