‘ଅଗ୍ନିପଥ’ ମାମଲା : ଦିଲ୍ଲୀ ହାଇକୋର୍ଟରେ ହେବ ବିଚାର

0 73

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାକୁ ନେଇ ଦାୟର ହୋଇଥିବା ସମସ୍ତ ଆବେଦନର ଶୁଣାଣି ସ୍ରୁପ୍ରିମକୋର୍ଟର୍ରେ ହେବ ନାହିଁ,ଦିଲ୍ଲୀ ହାଇକୋର୍ଟରେ ହେବ । ‘ଅଗ୍ନିପଥ’ ଯୋଜନା ସହିତ ଜଡ଼ିତ ସମସ୍ତ ଆବେଦନକାରୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଆଜି ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିଛନ୍ତି । କେବଳ ସେତିକି ନୁହେଁ,ସୁପ୍ରିମକୋର୍ଟ କେରଳ,ପଞ୍ଜାବ, ହରିୟାଣା,ପାଟଣା ଓ ଉତ୍ତରପ୍ରଦେଶର ହାଇକୋର୍ଟଙ୍କୁ ମଧ୍ୟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ସମସ୍ତ ରାଜ୍ୟର ହାଇକୋର୍ଟମାନେ ‘ଅଗ୍ନିପଥ’ ଯୋଜନା ସମ୍ବନ୍ଧିତ ସମସ୍ତ ଅଭିଯୋଗ ଦିଲ୍ଳୀ ହାଇକୋର୍ଟକୁ ହସ୍ତାନ୍ତର କରିବେ । ‘ଅଗ୍ନିପଥ’ ଯୋଜନା ଉପରେ ହୋଇଥିବା ସମସ୍ତ ଅଭିଯୋଗ ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ରାୟ ପ୍ରକାଶ କରିବେ । ପୂର୍ବରୁ ଅଗ୍ନିପଥ ଯୋଜନା ବିରୋଧରେ ସୁପ୍ରିମକୋର୍ଟରେ ତିନୋଟି ଆବେଦନ କରାଯାଇଥିଲା । ଆବେଦନରେ ଏହି ଯୋଜନା ବନ୍ଦ କରିବାକୁ ଏକ ଦାବି କରିଥିଲେ ଆବେଦନକାରୀ ।
ପ୍ରକାଶଥାଉ କି,ଏହି ଯୋଜନାକୁ ନେଇ ଏବେ ବି ବିରୋଧ ଜାରି ରହ÷ିଛି । ସେନାରେ ଭିର୍ତ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାକୁ କଂଗ୍ରେସ ଜୋରଦାର ବିରୋଧ କରୁଥିଲେ ମଧ୍ୟ ଦଳର ସାଂସଦ ମନୀଷ ତିୱାରୀ ଏହା ବିରୋଧରେ ଆଗତ ଗୋଟିଏ ଚିଠିରେ ଦସ୍ତଖତ କରି ନାହାନ୍ତି । ଅଗ୍ନିପଥ ଯୋଜନାକୁ ବିରୋଧ କରି ବିରୋଧୀ ଦଳଗୁଡିକ ପକ୍ଷରୁ ଗୋଟିଏ ପ୍ରତିବାଦ ଚିଠି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପାଖକୁ ପଠାଯାଇଛି । ଏଥିରେ ବିଭିନ୍ନ ଦଳର ୬ ଜଣ ସାଂସଦ ଦସ୍ତଖତ କରିଥିଲେ ମଧ୍ୟ ଶ୍ରୀ ତିୱାରୀ ଏଥିରେ ସହମତ ହୋଇ ନାହାନ୍ତି । ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ସଂସଦୀୟ ପରାମର୍ଶଦାତା କମିଟିର ସଦସ୍ୟମାନଙ୍କୁ ସେନାରେ ନିଯୁକ୍ତି ପାଇଁ ଆସିଥିବା ‘ଅଗ୍ନିପଥ ଯୋଜନା’ ବିଷୟରେ ବିସ୍ତୃତ ତଥ୍ୟ ଦେଇଥିଲେ । ଏହି ସମୟରେ ବିରୋଧୀ ଦଳର କିଛି ସାଂସଦ ଏହି ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କହିଥିଲେ । ଏହାପରେ ସଂସଦୀୟ କମିଟିରେ ଥିବା ବିରୋଧୀ ଦଳର ୬ ଜଣ ସାଂସଦ ବିଭିନ୍ନ ଦାବି ସମ୍ବଳିତ ଗୋଟିଏ ଚିଠି ପ୍ରସ୍ତୁତ କରି ଏଥିରେ ଦସ୍ତଖତ କରିଥିଲେ । ସେମାନେ ସମସ୍ତେ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା ସହ ପ୍ରତିରକ୍ଷା କ୍ଷେତ୍ର ପାଇଁ ଗଠିତ ଷ୍ଟାଣ୍ଡିଂ କମିଟି ସହ ଆଲୋଚନା କରିବାକୁ ଦାବି କରିଛନ୍ତି । ହେଲେ ତିୱାରୀଙ୍କ ଏଥିରେ ଦସ୍ତଖତ ନ କରିବା କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

hiranchal ad1
Leave A Reply

Your email address will not be published.

7 − 1 =