ଆନ୍ତର୍ଜାତିକ ଶାନ୍ତି କମିଟିରେ ମୋଦୀ

0 51

ନ୍ୟୁୟର୍କ,୨୩/୯: ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣ ଘଟଣାର ଅବସାନ ନିମନ୍ତେ ମେକ୍ସିକୋ ଔପଚାରିକ ଭାବେ ଯେଉଁ ଶାନ୍ତି କମିଟି ଗଠନ କରିବା ଲାଗି ପ୍ରସ୍ତାବ ଦେଇଛି, ସେଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାମିଲ କରାଯାଇଛି । ମେକ୍ସିକୋର ବୈଦେଶିକ ମନ୍ତ୍ରୀ ମାର୍ସିଲୋ ଏବ୍ରାର୍ଡ କହିଛନ୍ତି ଯେ, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ମଧ୍ୟସ୍ଥତା ଉଦ୍ୟମକୁ ସୁଦୃଢ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ,ପୋପ୍‌ ଫ୍ରାନ୍‌ସିସ୍‌ ଏବଂ ଅନ୍ୟାନ୍ୟ ନେତାମାନଙ୍କୁ ସାମିଲ କରି ୟୁକ୍ରେନ୍‌ରେ ଆଲୋଚନା ଓ ଶାନ୍ତି ନିମନ୍ତେ ଏକ କମିଟି ଗଠନ କରାଯିବା ଉଚିତ । ଜାତିସଂଘର ନିରାପତ୍ତା ପରିଷଦ୍‌ରେ ଉଦ୍‌ବୋଧନ ଦେବା ବେଳେ ସେ କହିଛନ୍ତି, ଆଲୋଚନା ନିମନ୍ତେ ନୂଆ ଉପାୟ ଏବଂ ମଧ୍ୟସ୍ଥତା ନିମନ୍ତେ ଅତିରିକ୍ତ ପରିସର ସୃଷ୍ଟି କରିବା ଲାଗି ଗଠନ କରାଯିବା ଥିବା ଏହି କମିଟିର ଉଦ୍ଦେଶ୍ୟ ଅତି ସୁସ୍ପଷ୍ଟ । ଏହି କମିଟି ବିଶ୍ୱାସ ବୃଦ୍ଧି, ଉତ୍ତେଜନା ହ୍ରାସ ଏବଂ ସ୍ଥାୟୀ ଶାନ୍ତି ନିମନ୍ତେ ଉପାୟ କରିବ । ଶୁକ୍ରବାର ଦିନ ସ୍ୱାଧୀନତା ଦିବସ ଭାଷଣ ଦେବା ବେଳେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍‌ରେସ୍‌ ମାନୁଏଲ୍‌ ଲୋଜେପ୍‌ ଓବ୍ରାଡର୍‌ ପ୍ରସ୍ତୁତ କରିଥିବା ପ୍ରସ୍ତାବକୁ ମାର୍ସିଲୋ ଏବ୍ରାର୍ଡ ନିରାପତ୍ତା ପରିଷଦ୍‌ରେ ଉପସ୍ଥାପନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × 2 =