ଆସ୍ଥାଭୋଟରେ ଜିତିଲେ ନୀତିଶ

0 75

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି । ବିହାର ବିଧାନସଭାରେ ଫ୍ଲୋରଟେଷ୍ଟ୍‌ ପୂର୍ବରୁ ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା ଦେବା ସହ ‘ଫ୍ଲୋର ଟେଷ୍ଟ୍‌’କୁ ବର୍ଜନ କରିଥିଲା ବିଜେପି । ସଂଖ୍ୟାଗରିଷ୍ଠତା ସତ୍ତେ୍ୱ ଶାସକ ଦଳ ଭୋଟ୍‌ କରିବାକୁ ଦାବି କରିଥିଲେ । ହେଲେ ବିଜେପି ଏହାର ବିରୋଧ କରି ଭୋଟ ଦେବାକୁ ମନା କରିବା ସହ ଗୃହରୁ ବାହାରକୁ ଚାଲିଯାଇଥିଲେ । ଏହାପୂର୍ବରୁ ଗୃହରେ ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏ ଛାଡି ମହାଗଠବନ୍ଧନ ସହ ସରକାର ଗଠନ କରିବାର କାରଣ କହିଥିଲେ । ସେ କହିଥିଲେ, ସେଠାରେ ମୋତେ ସମ୍ମାନ ମିଳୁନଥିଲା । ଅଟଳ ବିହାରୀ ବାଜପେୟୀ ଏବଂ ଆଡଭାନୀଙ୍କ ଭଳି ନେତାମାନେ ମୋତେ ସମ୍ମାନ ଦେଇଛନ୍ତି । ମୁଁ ୨୦୧୩ରେ ବିଜେପି ସହିତ ମୋର ମେଣ୍ଟ ସେତେବେଳେ ଭାଙ୍ଗିଲି ଯେତେବେଳେ ଏହି ନେତାମାନଙ୍କୁ ଦଳରୁ ଦୂରେଇ ରଖାଯାଇଥିଲା । ନୀତୀଶ କୁମାର ତାଙ୍କ ଅଭିଭାଷଣରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ମିଳିତ ଭାବେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦୨୪ ଲୋକସଭା ନିର୍ବାଚନରେ ଚ୍ୟାଲେଞ୍ଜ କରିବେ ।

hiranchal ad1
Leave A Reply

Your email address will not be published.

5 × four =