ଇସ୍ତଫା ଦେଲେ ଇଟାଲୀ ପ୍ରଧାନମନ୍ତ୍ରୀ

0 74

ରୋମ: ଇଟାଲୀରେ ରାଜନୈତିକ ଅସ୍ଥିରତା ପରେ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ଆଜି ଇସ୍ତଫା ଦେଇଛନ୍ତି । ସେ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ଦେବା ପୂର୍ବରୁ ସେ ସଂସଦରେ କହିଛନ୍ତି ଯେ ସେ ରାଷ୍ଟ୍ରପତି ସର୍ଜିଓ ମତ୍ତାରେଲାଙ୍କୁ ଇସ୍ତଫା ଦେବାକୁ ଯାଉଛନ୍ତି । ସେ ତାଙ୍କର ଗଠବନ୍ଧନ(ରାଷ୍ଟ୍ରୀୟ ଏକତା ଗଠବନ୍ଧନ ସରକାର)କୁ ସମ୍ଭାଳିବାରେ ସଫଳ ହୋଇନଥିଲେ । ତେବେ ନିର୍ବାଚନ ନହେବା ପର୍ଯ୍ୟନ୍ତ ରାଷ୍ଟ୍ରପତି, ଡ୍ରାଗିଙ୍କୁ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ କହିଛନ୍ତି । ଗଠବନ୍ଧନର ଦ୍ୱିତୀୟ ବୃହତ୍ତମ ଦଳ ଫାଇଭ ଷ୍ଟାର ମୁଭମେଣ୍ଟ ଆସ୍ଥା ଭୋଟରେ ଭାଗ ନେବାକୁ ମନା କରିଦେଇଥିଲା । ଏହା ସତ୍ତେ୍ୱ ମାରିଓ ଆସ୍ଥା ଭୋଟରେ ଜିତିଥିଲେ । କିନ୍ତୁ ସେ ଇସ୍ତଫା ଘୋଷଣା କରିଦେଇଛନ୍ତି । ସେ ସଂସଦରେ କହିଛନ୍ତି ଯେ ରାଷ୍ଟ୍ରୀୟ ଏକତା ଗଠବନ୍ଧନ ସରକାର ଆଉ ନାହିଁ । ବର୍ତ୍ତମାନ ଇଟାଲୀରେ ସମୟ ପୂର୍ବରୁ ନିର୍ବାଚନ ହେବାକୁ ଯାଉଛି ।

hiranchal ad1
Leave A Reply

Your email address will not be published.

1 + 19 =