ଇସ୍ତଫା ପରେ ଆଜାଦଙ୍କ ପ୍ରଥମ ପ୍ରତିକ୍ରିୟା :
ଦଳ ଛାଡ଼ିବାକୁ ମୋତେ ବାଧ୍ୟ କରାଗଲା

0 50

ନୂଆଦିଲ୍ଲୀ : ଅଭିଜ୍ଞ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବି ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରଠୁ ତାଙ୍କର ଏହି ନିଷ୍ପତ୍ତି ଓ ତାଙ୍କ ବ୍ୟକ୍ତିତ୍ୱ ସଂପର୍କରେ ଦଳର ବହୁ ବରିଷ୍ଠ ନେତା ବିବୃତି ଦେଇଚାଲିଛନ୍ତି । ଏପରି କି,ଆପ୍‌ ଓ ବିଜେପି ମଧ୍ୟ ଟିପ୍ପଣୀ ଦେଉଛନ୍ତି । କିନ୍ତୁ ସେବେଠୁ ଆଜାଦ ନୀରବତା ଅବଲମ୍‌ôନ କରିଆସୁଥିଲେ । ଇସ୍ତଫା ଦେବାର ତିନି ଦିନ ପରେ ଆଜି ପ୍ରଥମ ଥର ପାଇଁ ସେ ମୁହଁ ଖୋଲିଛନ୍ତି । ଇସ୍ତଫା ପତ୍ରରେ ସେ ରାହୁଲ ଗାନ୍ଧିଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଆଜି ମଧ୍ୟ ସେ ତାଙ୍କ ସଂପର୍କରେ କହିଛନ୍ତି;ତେବେ ତାହାର ଢଙ୍ଗ ଭିନ୍ନ ରହିଛି । ସେ ଆଜି ଗଣମାଧ୍ୟମକୁ କହିଛନ୍ତି, ‘ଘର ଲୋକ ହିଁ ଘର ଛାଡିବାକୁ ବାଧ୍ୟ କଲେ । ମୋତେ ଅବମାନାନା କରାଗଲା । ମୋ କଥା ରହିଲା ନାହିଁ । ତେଣୁ ଛାଡ଼ିବାକୁ ବାଧ୍ୟ ହେଲି ବୋଲି ସେ କହିଛନ୍ତି ।’ ବିଜେପିରେ ଯୋଗଦେବା ଚର୍ଚ୍ଚା ଉପରେ ମଧ୍ୟ ସେ ପୂର୍ଣ୍ଣଛେଦ ପକାଇଛନ୍ତି । ଗୁଲାମ ନବୀ ଆଜାଦ କହିଛନ୍ତି, ‘କିଏ ନିଜେ ପରିବାର ଛାଡିବାକୁ ଚାହେଁ! ମୋତେ ପରିବାର ଲୋକ ହିଁ କଂଗ୍ରେସ ଦଳ ଛାଡିବାକୁ ବାଧ୍ୟ କରିଥିଲେ । ଯେତେବେଳେ ପରିବାର ଲୋକଙ୍କୁ ଲାଗେ ଯେ ଏହି ଲୋକ ଆଉ ଦରକାର ନାହିଁ ଏବଂ ଆମକୁ ସେଠାରେ ପର ବୋଲି କୁହାଯାଏ, ତେବେ ପରିବାରରେ ରହୁଥିବା ବ୍ୟକ୍ତି ସେଠାରୁ ଚାଲିଯିବା ଉଚିତ । ମୁଁ ଏଥିପାଇଁ ଅଧିକ ଦୁଃଖିତ ଯେ, ଦଳରେ ଚାଟୁକାର ଅଥବା ଟ୍ୱିଟ୍‌ କରୁଥିବା ବ୍ୟକ୍ତିଙ୍କୁ ପଦବୀ ମିଳିଛି ।’ ‘କଂଗ୍ରେସରେ ଏବେ ବରିଷ୍ଠ ନେତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ । ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସୋନିଆ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷା ଥିବା ବେଳେ ବରିଷ୍ଠ ନେତାମାନଙ୍କର ପରାମର୍ଶ ନେଉଥିଲେ । ସେମାନଙ୍କ ସୁପାରିସ ଗ୍ରହଣ କରିବା ସହ ସେ ସେମାନଙ୍କ ଉପରେ ନିର୍ଭର କରୁଥିଲେ । କିନ୍ତୁ, ରାହୁଲ୍‌ ଗାନ୍ଧି ଆସିବା ପରେ ୨୦୦୪ଠାରୁ ସୋନିଆ ତାଙ୍କ ଉପରେ ଅଧିକ ନିର୍ଭରଶୀଳ ହେଲେ । କିନ୍ତୁ ରାଜନୀତି ପାଇଁ ରାହୁଲ୍‌ଙ୍କର ଦକ୍ଷତା ନ ଥିଲା । ତେଣୁ ସମସ୍ତେ ରାହୁଲ୍‌ଙ୍କୁ ସହଯୋଗ କରନ୍ତୁ ବୋଲି ସୋନିଆ ଚାହୁଁଥିଲେ । ରାହୁଲ ଗାନ୍ଧି ନା ଦେଖା ଦିଅନ୍ତି ନା କଥା ଶୁଣନ୍ତି । କଂଗ୍ରେସକୁ ଠିଆ କରିବା ପାଇଁ ଆମେ ଅନେକ ପରିଶ୍ରମ କରିଛୁ । ଅନେକ ରାତି ଜେଲ୍‌ରେ ବିତାଇଛୁ । ହେଲେ ଆଜି ସବୁ କିଛି ଶେଷ ହେବାକୁ ବସିଲାଣି । ଦଳ ଏବେ ଭାରତ ଯୋଡ ବଦଳରେ କଂଗ୍ରେସ ଯୋଡ ଅଭିଯାନ ଆରମ୍ଭ କରିବା କଥା ବୋଲି ଗୁଲାମନବୀ ଆଜାଦ କହିଛନ୍ତି ।’ ଖୁବଶୀଘ୍ର ନିଜ ଦଳ ଗଠନ କରିବେ ଗୁଲାମ ନବୀ ଆଜାଦ । ୧୪ ଦିନ ମଧ୍ୟରେ ଗଠନ ହେବ ତାଙ୍କ ନୂଆ ଦଳ । ପ୍ରଥମେ ତାଙ୍କର ଏହି ନୂଆ ଦଳ ଜମ୍ମୁ କଶ୍ମୀରରୁ ଅଭିଯାନ ଆରମ୍ଭ କରିବ । ଏ ସମ୍ପର୍କରେ ତାଙ୍କ ଘନିଷ୍ଠ ସହଯୋଗୀ ଜିଏମ ସାରୋରି ସୂଚନା ଦେଇଛନ୍ତି । ବିଜେପି ବିରୋଧରେ ଆଜାଦଙ୍କ ବିଚାରଧାରା ସ୍ପଷ୍ଟ ରହିବ । କୌଣସି ସମୟରେ ବିଜେପି ସହ ହାତ ମିଳାଇବାର ପ୍ରଶ୍ନ ଉଠୁ ନାହିଁ ବୋଲି ସାରୋରି କହିଛନ୍ତି । ସେହିପରି ଆହୁରି ବହୁ କଂଗ୍ରେସ ନେତା ଦଳ ଛାଡି ଆଜାଦଙ୍କ ସହିତ ସାମିଲ ହେବେ ବୋଲି ସେ କହିଛନ୍ତି । ଆଜାଦ ନୂତନ ପାର୍ଟି ଗଠନ ପୂର୍ବରୁ ତାଙ୍କ ଶୁଭେଛୁମାନଙ୍କ ସହ ବିଚାରବିମର୍ଶ କରିବାକୁ ସେପ୍ଟେମ୍ବର ୪ରେ ଜମ୍ମୁ ଗସ୍ତ କରିବେ । ଶୁକ୍ରବାର ଇସ୍ତଫା ଦେବାର କିଛି ଘଣ୍ଟା ପରେ ଆଜାଦ କହିଥିଲେ ଯେ, ସେ ଖୁବ୍‌ ଶୀଘ୍ର ଏକ ନୂତନ ପାର୍ଟି ଆରମ୍ଭ କରିବେ । ଜମ୍ମୁ-କଶ୍ମୀରରେ ଏହାର ପ୍ରଥମ ୟୁନିଟ୍‌ ସ୍ଥାପନ ହେବ । ଏକ ଜାତୀୟ ଦଳ ଆରମ୍ଭ କରିବାକୁ ସେ ବର୍ତ୍ତମାନ ପ୍ରସ୍ତୁତ ନୁହନ୍ତି । କିନ୍ତୁ ଜମ୍ମୁ କାଶ୍ମୀରରେ ନିର୍ବାଚନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସେ ସେଠାରେ ଏକ ୟୁନିଟ୍‌ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ । ଉଲ୍ଲେଖଯୋଗ୍ୟ ଯେ ୨୦୦୫ ଜୁଲାଇରୁ ୨୦୦୮ ଜୁଲାଇ ୧୧ ପର୍ଯ୍ୟନ୍ତ ଜମ୍ମୁ କଶ୍ମୀରରେ ମୁଖ୍ୟମନ୍ତ୍ରୀ ଥିଲେ ଆଜାଦ ।

hiranchal ad1
Leave A Reply

Your email address will not be published.

two × 1 =