ଓଡିଶାରେ ବଢୁଛି ମୁଣ୍ଡ ପିଛା ରୁଣର ପରିମାଣ

0 69

ନୂଆଦିଲ୍ଲୀ : ଓଡ଼ିଶାରେ ବଢୁଛି ମୁଣ୍ଡପିଛା ରୁଣର ପରିମାଣ । ରାଜ୍ୟସଭାରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଓଡିଶାରେ ମୁଣ୍ଡପିଛା ରୁଣର ପରିମାଣ ୩୪ ହଜାର ୨୫୯ଟଙ୍କା ରହିଛି । ଓଡିଶାର ରୁଣ ସହ ବକେୟା ଦେୟ ପରିମାଣ ୧କୋଟି ୪୩ଲକ୍ଷ କୋଟି ଟଙ୍କାରେ ପହଁଚିଛି । କେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳ କେତେ ରୁଣ କରିଛନ୍ତି, କେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳରେ ମୁଣ୍ଡ ପିଛା କେତେ ରୁଣ ରହିଛି,ସେନେଇ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଦିଲ୍ଳୀରେ ସବୁଠାରୁ ମୁଣ୍ଡ ପିଛା ରୁଣ ପରିମାଣ କମ୍‌ ରହିଛି । ଦିଲ୍ଲୀରେ ମୁଣ୍ଡ ପିଛା ରୁଣ ପରିମାଣ ମାତ୍ର ୨ହଜାର ୧୬୩ଟଙ୍କା ରହିଛି । ମୁଣ୍ଡପିଛା ବିହାରରେ ୧୮ହଜାର ୫୯୧ଟଙ୍କା, ଝାଡଖଣ୍ଡରେ ୨୮ହଜାର ୬୪୮ ଟଙ୍କା , ଆସାମରେ ୩୩ ହଜାର ୬୬୮ ଟଙ୍କା ରହିଛି । ଗୋଆରେ ମୁଣ୍ଡପିଛା ରୁଣ ସର୍ବାଧିକ ୧ଲକ୍ଷ ୫୫ହଜାର ଟଙ୍କା ରହିଛି ।

hiranchal ad1
Leave A Reply

Your email address will not be published.

two × two =