ଓମିକ୍ରନ ଭୂତାଣୁ | ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ କ୍ଷୀପ୍ର ଗତିରେ ବ୍ୟାପୁଛି ଓମିକ୍ରନ

0 202

ଜେନେଭା:

hiring

ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନ ଭୂତାଣୁ କୁ ନେଇ ଚିନ୍ତାଜନକ ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଓମିକ୍ରନ ଭାରିଏଣ୍ଟ ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେଇ ପାରୁଛି। ସେହିପରି ଏହା ଡେଲ୍ଟା ଷ୍ଟ୍ରେନ ତୁଳନାରେ ଅଧିକ ବେଗରେ ସଂକ୍ରମଣ କରିବାର କ୍ଷମତା ରଖିଛି। ତେବେ ଓମିକ୍ରନ ଗୁରୁତର ଲକ୍ଷଣ ସୃଷ୍ଟି କରିବାରେ ସକ୍ଷମ ହେଉନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଡେଲ୍ଟା ଭାରିଏଣ୍ଟ ପ୍ରଥମେ ଭାରତରେ ଠାବ ହୋଇଥିଲା। ଏହାପରେ ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସଂକ୍ରମଣ ବୃଦ୍ଧି କରିଥିଲା।

କିନ୍ତୁ ଓମିକ୍ରନ ଭୂତାଣୁ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିଲା। ଏବେ ଏହା ଭାରତ ସମେତ ବିଶ୍ୱର ୬୦ରୁ ଅଧିକ ଦେଶରେ ପହଞ୍ଚି ଗଲାଣି। ଏହି ଭାରିଏଣ୍ଟ ମ୍ୟୁଟେସନ ହେବାର କ୍ଷମତା ରଖିଛି। ତେଣୁ ଦକ୍ଷିଣ ଆଫ୍ରିକା ସହ ଏକାଧିକ ରାଷ୍ଟ୍ର ବିମାନ ସେବାକୁ ବନ୍ଦ କରିଦେଇଛନ୍ତି। ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଓମିକ୍ରନ ଭାରିଏଣ୍ଟ ୬୩ଟି ଦେଶରେ ପହଞ୍ଚି ସାରିଲାଣି। ଏହି ଭାରିଏଣ୍ଟ ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ କ୍ଷୀପ୍ର ଗତିରେ ବ୍ୟାପୁଛି। ଏହା ଟିକାର ପ୍ରଭାକୁ ନଷ୍ଟ କରିବାକୁ ସକ୍ଷମ। ଏହି କାରଣ ପାଇଁ ସଂକ୍ରମଣ ବୃଦ୍ଧି ପାଉଛି ବୋଲି କୁହାଯାଇ ପାରେ। କିନ୍ତୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକ ବୋଲି ସଂଗଠନ କହିଛି।

hiranchal ad1
Leave A Reply

Your email address will not be published.

eleven − eight =