କବିତା ଚାୱଲା କେବିସି-୧୪ର ପ୍ରଥମ କୋଟିପତି

0 69

କୋହ୍ଲାପୁର,୧୯/୯: ଲୋକପ୍ରିୟ ଟିଭି ସୋ ‘କୌନ ବନେଗା କରୋଡପତି’ ସିଜିନ-୧୪ର କୋରୋଡପତି ହୋଇଛନ୍ତି କୋହ୍ଲାପୁରର କବିତା ଚାୱଲା । ୪୫ ବର୍ଷ ବୟସ୍କା କବିତାଙ୍କ ଶିକ୍ଷାଗତ ଯୋଗ୍ୟତା ଜମାରୁ ଦ୍ୱାଦଶ ପାସ୍‌ । ୨୦୦୦ ମସିହାରେ ଜେବେ ଟେଲିଭିଜନରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭ ହେଲା କବିତା ସେବେଠାରୁ ଏଥିରେ ଭାଗନେବାକୁ ଉଦ୍ୟମ କରୁଥିଲେ । ୨୧ ବର୍ଷ ୧୦ମାସ ପରେ ତାଙ୍କୁ ସେ ସୁଯୋଗ ମିଳିଥିବା ବେଳେ ସେ ଏହାର ସଦୁପଯୋଗ କରିଛନ୍ତି । କବିତା ୨୦୨୧ ମସିହାରେ ମଧ୍ୟ ସୁଯୋଗ ପାଇଥିଲେ । ତାଙ୍କୁ ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ ରାଉଣ୍ଡ ପର୍ଯ୍ୟନ୍ତ ପହଞ୍ଚିବାର ସୁଯୋଗ ମିଳିଥିଲା । ତେବେ ସେ ଏହାଠୁ ଆଗକୁ ଯାଇ ପାରିନଥିଲେ । ତେବେ ଏତିକିରେ ସେ ହାରି ନଯାଇ ତାଙ୍କର ଉଦ୍ୟମ ଜାରି ରଖିଥିଲେ । ତାଙ୍କ ଅନୁସାରେ ଉଦ୍ୟମ ଜାରି ରଖିବା ପାଇଁ ଅମିତାଭ ତାଙ୍କୁ ପ୍ରେରିତ କରିଥିଲେ । କବିତା ତାଙ୍କ ସ୍କୁଲ ଶିକ୍ଷା ବେଳର କଥା ମନେ ପକାଇଛନ୍ତି । ତାଙ୍କ ସମୟରେ ଝିଅଟିଏ ୧୦ମ ଶ୍ରେଣୀ ପଢିଗଲା ବହୁତ ବଡକଥା ଥିଲା । କବିତା ତାଙ୍କର ବିଜୟ ସମ୍ପର୍କରେ ଏ ପର୍ଯ୍ୟନ୍ତ ତାଙ୍କ ସ୍ୱାମୀ ଓ ପୁଅଙ୍କୁ ଜଣାଇଛନ୍ତି । ପରିବାରର ବାକି ଲୋକେ ଏପର୍ଯ୍ୟନ୍ତ ଏହା ଜାଣି ନାହାନ୍ତି । ତେବେ ବାକି ଲୋକେ ତାଙ୍କୁ ଟିଭିରେ ବିଜୟୀ ହେଉଥିବାର ଦେଖନ୍ତୁ ବୋଲି ସେ ଚାହାନ୍ତି । ଏଣୁ ଅନ୍ୟମାନଙ୍କୁ ଏ ସମ୍ପର୍କରେ ସୂଚିତ କରିନାହାନ୍ତି । କୌନ ବନେଗା କୋରଡପତି କାର୍ଯ୍ୟକ୍ରମରେ କେଉଁ ପ୍ରଶ୍ନ ସବୁଠୁ କଷ୍ଟକର ସେ ସମ୍ପର୍କରେ ପଚରା ଯିବାରୁ କବିତା ୩ଲକ୍ଷ ୨୦ ହଜାର ଉପରକୁ ପ୍ରତ୍ୟେକ ପ୍ରଶ୍ନ କଷ୍ଟକର ବୋଲି କହିଛନ୍ତି । ତେବେ ଏଥିରୁ କିଛି ତ ମୁଁ ପଢିଥିଲି ବାକି ପ୍ରଶ୍ନର ଉତ୍ତର ବୁଝିବିଚାରି ଦେଇଥିଲି ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

2 − two =