ଚର୍ଚ୍ଚାରେ ବିରାମ ଲଗାଇଲେ ନୀତିଶ :
ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ମୋର ନାହିଁ

0 109

ନୂଆଦିଲ୍ଲୀ: ବିହାରରେ ବିଜେପିର ହାତ ଛାଡ଼ିବା ପରଠୁ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚାରେ ରହୁଛନ୍ତି । ଏବେ ତାଙ୍କୁ ନେଇ ଆଉ ଏକ ଚର୍ଚ୍ଚା ରାଜନୈତିକ ମହଲକୁ ଗରମାଗରମ କରିଛି । ତାହା ହେଉଛି,ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ଇଚ୍ଛା । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ସେ କୁଆଡେ଼ ମିଳିତ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଯୋଜନାରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚାରେ ଆଜି ବିରାମ ଲଗାଇଛନ୍ତି ନିଜେ ନୀତିଶ । ଏବେ ଦିଲ୍ଲୀ ଗସ୍ତରେ ଥିବା ନୀତିଶ ଏହି ପ୍ରସଙ୍ଗରେ ସବୁ କଥା ସ୍ପଷ୍ଟ କରିଦେବାକୁ ଯାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବାକୁ ମୋର ଆଦୌ ଅଭିଳାଷ ନାହିଁ । ଆମେ ସବୁ ବିରୋଧୀ ଦଳଙ୍କୁ ଏକତ୍ର କରିବାକୁ ଚାହୁଁ । ମୁଁ ସକାରାତ୍ମକ କାର୍ଯ୍ୟ କରୁଛି । ମୋ ପାଖକୁ ଗୁଡାଏ ଫୋନ୍‌-କଲ୍‌ ଆସୁଛି ଆଉ ମୁଁ ସବୁ କଲ୍‌ ଗ୍ରହଣ ମଧ୍ୟ କରୁଛି ବୋଲି ସେ କହିଛନ୍ତି ।
ଆଗାମୀ ଲୋକସଭା ନିର୍ବାଚନରେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ କହିଥିଲେ,ମୁଁ ହାତ ଯୋଡି଼ ଆପଣମାନଙ୍କୁ କହୁଛି, ମୁଁ ସେକଥା ବିଲକୁଲ ମନରେ ଆଣି ନାହିଁ । ମୋର ସେଭଳି କୌଣସି ଇଚ୍ଛା ନାହିଁ । ମୋର କର୍ତ୍ତବ୍ୟ ହେଲା ସମସ୍ତଙ୍କ ପାଇଁ କାର୍ଯ୍ୟ କରିବା । ସମସ୍ତ ବିରୋଧୀ ଦଳଙ୍କୁ ଏକତ୍ର କରି କାର୍ଯ୍ୟ କରାଇବାକୁ ମୁଁ ଉଦ୍ୟମ କରିବି । ସେମାନେ ଏକାଠି କାର୍ଯ୍ୟ କଲେ ଭଲ ହେବ ବୋଲି ସେ କହିଥିଲେ । ଚଳିତ ସପ୍ତାହ ପ୍ରାରମ୍ଭରେ ‘ଏନ୍‌ଡିଏ’ ମେଣ୍ଟରୁ ବାହାରି ଆସି ନୀତିଶ ରାଜ୍ୟରେ ରାଜନୈତିକ ହଇଚଇ ସୃଷ୍ଟି କରିଥିଲେ । ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଜେଡ୍‌+ ନିରାପତ୍ତା ଯୋଗାଇ ଦିଆଯିବା ଘଟଣାରେ ‘ବିଜେପି’ର ଆପତ୍ତି ବିଷୟରେ ପଚରାଯିବାରୁ ନୀତିଶ କୁମାର କହିଲେ ଯେ,‘ଆର୍‌ଜେଡି’ ନେତାଙ୍କ ନିରାପତ୍ତା ବୃଦ୍ଧି ସଂକ୍ରାନ୍ତରେ ପଚାରିବାକୁ ଗୈରିକ ଦଳ’ର ସାମର୍ଥ୍ୟ ନାହିଁ । ଆଗାମୀ ଦିନରେ ଦେଶରେ ଏକ ଭଲ ଓ ସୁଦୃଢ ବିରୋଧୀ ମେଣ୍ଟ ଉଭା ହେବ ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

three × 4 =